ବିନା ବ୍ୟାଟେରିରେ ମୋବାଇଲ ଚାର୍ଜ
ବିନା ବ୍ୟାଟେରିରେ ମୋବାଇଲ ଚାର୍ଜ
admin
Mar 7, 2019 - 11:28
Updated: Mar 7, 2019 - 11:28
ମୋବାଇଲ ଫୋନ ମଣିଷର ଦୈନଦିନ ବ୍ୟବହାରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାକୁ ସବୁବେଳେ ଏବଂ ବିନା ବ୍ୟାଟେରିରେ ଚାର୍ଜ କରିବା ପାଇଁ ଆମେରିକାର ମାସାଚୁସେଟ୍ସ ଇନ୍ଷ୍ଟିଚୁ୍ୟଟ୍ ଅଫ ଟେକ୍ନଲୋଜିର କିଛି କାରିଗରୀ-ବିଜ୍ଞାନୀଙ୍କ ଦ୍ୱାରା ଏକ ନୂଆ ଟେକ୍ନଲୋଜି ଉଭା ବନ ହୋଇଛି । ଏହି ଜ୍ଞାନ କୌଶଳ ଉପଯୋଗରେ ବିଜ୍ଞାନୀମାନେ ଏକ ସ୍ମାର୍ଟ ଯନ୍ତ୍ର ବିକଶିତରେ ସକ୍ଷମ ହୋଇଛନ୍ତି । ତାହା ଏକ ରେକ୍ଟେନା ଭାବେ ନାମିତ । ବିନା ବ୍ୟାଟେରିରେ ମୋବାଇଲ ଫୋନ୍କୁ ଚାର୍ଜ କରିବାକୁ ଯନ୍ତ୍ରଟି ସକ୍ଷମ ହୋଇଛି । ଯନ୍ତ୍ରଟି ଏକ ଏଂଟିନା ଭଳି କାମ କରିବ ଏବଂ ଏଥିରୁ ରେଡିଓ ସିଗ୍ନାଲ ମାଧ୍ୟମରେ ମୋବାଇଲ ଫୋନ୍, ଲାପ୍ଟପ୍ ଆଦି ଚାର୍ଜ ହୋଇପାରିବ । ଏହି ଜ୍ଞାନ କୌଶଳ ଉପଯୋଗରେ ଇଲେକ୍ଟ୍ରୋନିକ୍ ଇଂଟେଲିଜେନ୍ସର ଉଭାବନ ସମ୍ଭବ ହୋଇପାରିବ ବୋଲି ବୌଜ୍ଞାନିକମାନେ ମତ ଦେଇଛନ୍ତି ।