ପାଣି ଭାବି ଏସିଡ ପିଇଦେଲେ ଛାତ୍ରୀ

ପାଣି ଭାବି ଏସିଡ ପିଇଦେଲେ ଛାତ୍ରୀ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ଆଭାବନୀୟ ଘଟଣା ଘଟିଛି । ୫ମ ଶେଣୀ ଛାତ୍ରୀ ଏସିଡ୍କୁ ପାଣି ଭାବି ପିଇଦେବା ଫଳରେ ତାଙ୍କର ମୃତୁ୍ୟ ଘଟିଛି । ମୃତ ଛାତ୍ରୀ ଜଣଙ୍କ ନାଁ ସଞ୍ଜନା । ସେ ଏକ ଘରୋଇ ବିଦ୍ୟାଳୟ ଦୀପ ଭାରତୀ ପବ୍ଲିକ ସ୍କୁଲରେ ପଢୁଥିଲେ। ସେ ହର୍ଶ ବିହାର ଅଞ୍ଚଳରେ ପରିବାର ସହ ରହୁଥିଲେ । ପୁଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଥିବା ଡିସିପି ଅତୁଲ କୁମାର ଠାକୁର କହିଛନ୍ତି । ପ୍ରକାଶ ଯେ, ଜଣେ ଛାତ୍ରୀ ଘରୁ ପାଣି ବୋତଲ ଆଣିବା ବଦଳରେ ଭୁଲବଶତଃ ଉକ୍ତ ଏସିଡ ବୋତଲ ସ୍କୁଲକୁ ନେଇଆସିଥିଲେ । ଉକ୍ତ ବୋତଲଟି ସବୁଜ ରଙ୍ଗର ଏକ ମୃଦୁ ପାନୀୟ ବୋତଲ ଥିଲା । ସେଥିରେ ଶୌଚାଳୟ ସଫେଇରେ ବ୍ୟବହାର ହେଉଥିବା ଏସିଡ ରଖାଯାଇଥିଲା । ବୋତଲଟି ସବୁଜ ରଙ୍ଗର ହୋଇଥିବାରୁ ସେଥିରେ ଏସିଡ କି ପାଣି ଥିଲା ଛାତ୍ରୀ ଜଣକ ଜାଣି ନପାରି ସ୍କୁଲ ଧରି ଚାଲି ଆସିଥିଲା । ମଧ୍ୟାହ୍ନଭୋଜନ ସମୟରେ ସଞ୍ଜନା ପାଣି ଭାବି ସମ୍ପୃକ୍ତ ଛାତ୍ରୀଙ୍କ ବୋତଲ ଖୋଲି ପିଇ ଦେଇଥିଲେ । ଏହା ପରେ ତାଙ୍କ ତଣ୍ଟି ଓ ପେଟ ଜଳାପୋଡ଼ା ହେବା ସହ ସେ ଚିକ୍ରାର କରିଥିଲେ । ସ୍କୁଲ କର୍ମଚାରୀ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍୍ୟ ହୋଇଥିଲା ।