ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟାକୁ ଲୋକସଭାରେ ଉଠାଇଲେ ଅପରାଜିତା

ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟାକୁ ଲୋକସଭାରେ ଉଠାଇଲେ ଅପରାଜିତା

ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟାକୁ ଲୋକସଭାରେ ଉଠାଇଲେ ଅପରାଜିତା
ଭୁବନେଶ୍ୱର: ଲୋଭସଭାରେ ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା କଥା ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅସରାଏ ବର୍ଷାରେ ଜଳବନ୍ଦୀ ହୋଇଯାଉଛି ସ୍ମାର୍ଟସିଟି । ଅପନ୍ତରା ଅଞ୍ଚଳ ପରି ରାଜଧାନୀ ରାଜରାସ୍ତାରେ ପାଣିର ସୁଅ ଛୁଟୁଛି । ଘରୁ ଗୋଡ଼ କାଢ଼ିଲେ କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି ହେଉଛି । ଡ୍ରେନ ପାଣି ରାସ୍ତାରେ ବହୁଛି । ବର୍ଷା ହେବାମାତ୍ରେ ରାସ୍ତାଘାଟ ଶୁନଶାନ ହୋଇଯାଉଛି । ରାଜଧାନୀରେ ଜଳବନ୍ଦୀ ସମସ୍ୟା ନୂଆକଥା ନୁହେଁ । ଡ୍ରେନେଜ୍ ଅବ୍ୟବସ୍ଥା ଯୋଗୁଁ ପ୍ରତିବର୍ଷ ରାଜଧାନୀବାସୀ ହସ୍ତସନ୍ତ ହେଉଛନ୍ତି । ଚାରିଆଡ଼େ ପାଣି ପଚପଚ । କେବେ କାର ଭସାଇ ନେଉଛି ତ କେବେ ପାଚେରୀ ଭୁଶୁଡ଼ି ପଡ଼ୁଛି । ବାରମ୍ବାର ପ୍ରଶାସନର ଦୃଷ୍ଟିଗୋଚର କରାଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଅନ୍ୟପଟେ ବର୍ଷା ଦିନ ଆସିଲେ ବସ୍ତିରେ ରହୁଥିବା ଲୋକଙ୍କ କଥା କହିଲେ ନସରେ । ଫୋନି ପରେ ଅଣ୍ଟା ସଳଖି ନଥିବା ବସ୍ତିବାସିନ୍ଦାଙ୍କ ଉପରେ ଲଗାଣ ବର୍ଷା ଦୁର୍ଦ୍ଦଶା ଆଣିଛି । ତେବେ ଭୁବନେଶ୍ୱରବାସୀଙ୍କ ସମସ୍ୟା କଥା ଲୋକସଭାରେ ଉଠାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।