ଆପ୍ ସହ ମେଂଟଙ୍କୁ ମନାକଲେ ରାହୁଲ

ଆପ୍ ସହ ମେଂଟଙ୍କୁ ମନାକଲେ ରାହୁଲ

ଆପ୍ ସହ ମେଂଟଙ୍କୁ ମନାକଲେ ରାହୁଲ
ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଆପ) ଏବଂ କଂଗ୍ରେସ ମଧ୍ୟରେ ମେଂଟକୁ ନେଇ ଲାଗି ରହିଥିବା କନ୍ଦଳର ଅବସାନ ଘଟିଛି । ଆପ ସହ ମେଂଟ ପାଇଁ ଆସିଥିବା ପ୍ରସ୍ତାବକୁ ବ୍ୟାପକ ଆଲୋଚନା ପରେ ଶେଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତ୍ୟାଖାନ କରିଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିୱାଲ ଗଣମାଧ୍ୟମକୁ ଏ ସଂମ୍ପର୍କରେ ସୂଚନା ଦେଇ କହିଛନ୍ତି ଆପ ସହ ମେଂଟକୁ ରାହୁଲ ମନାକରିଛନ୍ତି ଏବଂ ଏହାଦ୍ୱାରା କଂଗ୍ରେସ ବିଜେପିକୁ ପରୋକ୍ଷରେ ଫାଇଦା ଦେଇଛି । ଦିଲ୍ଲୀ କଂଗ୍ରେସ ଏବଂ ବିଜେପି ବିରୋଧରେ ଲଢ଼ିବାକୁ ଆପ ପ୍ରସ୍ତୁତ ବୋଲି କେଜ୍ରିୱାଲ କହିଛନ୍ତି । କଂଗ୍ରେସ-ଆପ ମେଂଟ ସମ୍ଭାବନା ଥମି ଯିବା ପରେ ଏବେ ଦିଲ୍ଲୀରେ ତ୍ରିକୋଣୀୟ ମୁକାବିଲା ନିଶ୍ଚିତ ହୋଇଯାଇଛି । ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରଦେଶ କଂଗ୍ରେସର ମୁଖ୍ୟ ଶୀଲା ଦିକ୍ଷୀତଙ୍କ ପ୍ରବଳ ବିରୋଧ ଯୋଗୁଁ ଏହି ମେଂଟ ହୋଇପାରିନଥିବା କୁହାଯାଇଛି ।