ଭାରତର ପ୍ରଥମ ଲୋକପାଳ ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ପିନାକୀ ଘୋଷ

ଭାରତର ପ୍ରଥମ ଲୋକପାଳ ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ପିନାକୀ ଘୋଷ

ଭାରତର ପ୍ରଥମ ଲୋକପାଳ ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ପିନାକୀ ଘୋଷ
ନୂଆଦିଲ୍ଲୀ: ଭାରତର ପ୍ରଥମ ଲୋକପାଳ ଭାବେ ଜଷ୍ଟିସ୍ ପିନାକୀ ଘୋଷ ଆଜି ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ ,ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ,ପ୍ରଦୀପ କୁମାର ମହାନ୍ତି, ଅଭିଳାଷା କୁମାରୀ,ଛତିଶଗଡ଼ ହାଇକୋର୍ଟରୁ ମୁଖ୍ୟ ବିଚାରପତି ଥିବା ଅଜୟ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଜଷ୍ଟିସ୍ ଘୋଷ ଶପଥ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ପୂର୍ବତନ ଜର୍ଜ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କୁ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତ କରିଥିଲେ । ପୂର୍ବରୁ ପିନାକୀ ଚନ୍ଦ୍ର ଘୋଷ ଉଚ୍ଚତମ ନ୍ୟାୟଳୟରେ ଜର୍ଜ ,ମାନବାଧିକାର ଆୟୋଗର ସଦସ୍ୟ ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଚିଫ ଜଷ୍ଟସ୍ ଅଧ୍ୟକ୍ଷ ତୁଲେଇଥିଲେ ।