ଜୁନ୍ ୧୫ ପରେ ଓଡିଶା ଛୁଇଁବ ମୌସୁମୀ

ଜୁନ୍ ୧୫ ପରେ ଓଡିଶା ଛୁଇଁବ ମୌସୁମୀ

ଜୁନ୍ ୧୫ ପରେ ଓଡିଶା ଛୁଇଁବ ମୌସୁମୀ
ନୂଆଦିଲ୍ଲୀ : ଭାରତୀୟ କୃଷିର ଜୀବନରେଖା ରୂପେ ପରିଚିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତବର୍ଷ ୫ ଦିନ ବିଳମ୍ବରେ କେରଳ ଛୁଇଁବ । ଏପରିକି ଏହା ଓଡିଶା ପହଂଚିବାବେଳକୁ ଜୁନ୍ ଦ୍ୱିତୀୟରୁ ତୃତୀୟ ସପ୍ତାହ ହୋଇପାରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନାଟି ହେଉଛି ଏଥର ବୃଷ୍ଟିପାତ ସ୍ୱାଭାବିକ ଠାରୁ ସାମାନ୍ୟ ରହିବ । ଆଣ୍ଡାମାନ କ୍ଷେତ୍ରରୁ ପ୍ରବାହିତ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଜୁନ୍ ୬ ସୁଦ୍ଧା କେରଳ ଉପକୂଳ ଛୁଇଁବ । ଦେଶର ଘରୋଇ ସଂସ୍ଥା ସ୍କାଏମେଟର ପକ୍ଷରୁ ମୌସୁମୀ ସମ୍ବନ୍ଧୀୟ ସୂଚନା ପ୍ରଦାନର ଦିନକ ପରେ ବୁଧବାର ଭାରତୀୟ ବିଭାଗର(ଆଇଏମଡି) ଏହି ତଥ୍ୟ ପ୍ରଦାନ କରିଛି ।