ଚାକିରିରୁ ଅବସର ପରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ମିଳିବ ଜେଡ୍ ପ୍ଲସ୍ ସୁରକ୍ଷା

ଚାକିରିରୁ ଅବସର ପରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ମିଳିବ ଜେଡ୍ ପ୍ଲସ୍ ସୁରକ୍ଷା

ଚାକିରିରୁ ଅବସର ପରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ମିଳିବ ଜେଡ୍ ପ୍ଲସ୍ ସୁରକ୍ଷା
ନୂଆଦିଲ୍ଲୀ: ନଭେମ୍ବର ୧୭ ତଥା ଆସନ୍ତାକାଲି ଚାକିରିରୁ ଅବସର ନେବେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଅବସର ପରେ ତାଙ୍କ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜେଡ ପ୍ଲସ ସୁରକ୍ଷା ଦିଆଯିବ ଜଣା ପଡିଛି । ନଭେମ୍ବର ୯ ରେ ଅଯୋଧ୍ୟା ପ୍ରସଙ୍ଗରେ ରଞ୍ଜନ ଗୋଗେଇ ଚୂଡାନ୍ତ ରାୟ ଦେବାରେ ସଫଳ ହୋଇଥିଲେ ଜଷ୍ଟିସ ଗୋଗୋଇ। ଜଣେ ଅଧିକାରୀ କହିଛନ୍ତି, ଜଷ୍ଚିସ ଗୋଗୋଇଙ୍କ ସୁରକ୍ଷା ଜେଡ଼ ପ୍ଲସ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ରହିଛି। ଜଷ୍ଟିସ ଗୋଗୋଇ ଅବସର ପରେ ଗୁଆହାଟୀରେ ରହିବାକୁ ଯାଉଛନ୍ତି। ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥା ଏବେ କଡ଼ାକଡ଼ି କରାଯାଉଛି।