ଉତ୍ତରପ୍ରଦେଶରରେ ପୋଲରୁ ବସ୍‌ ଖସି ୨୯ ଯାତ୍ରୀ ମୃତ

ଉତ୍ତରପ୍ରଦେଶରରେ ପୋଲରୁ ବସ୍‌ ଖସି ୨୯ ଯାତ୍ରୀ ମୃତ

ଉତ୍ତରପ୍ରଦେଶରରେ ପୋଲରୁ ବସ୍‌ ଖସି ୨୯ ଯାତ୍ରୀ ମୃତ
ଲକ୍ଷ୍ମୌ: ଉତ୍ତରପ୍ରଦେଶର ଆଗ୍ରା ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଲକ୍ଷ୍ମୌରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଯମୁନା ଏକ୍ସପ୍ରେସ୍‌ ୱେର ପୋଲରୁ ଏକ କେନାଲକୁ ଖସିପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଆଗ୍ରାର ଏତମାଦପୁରଠାରେ ଏହି ଦୁର୍ଘଟଣା ଘଟିଥିବା ଆଗ୍ରା ଏସପି ବବଲୁ କୁମାର କହିଛନ୍ତି। ଜିଲା ମାଜିଷ୍ଟ୍ରେଟ୍‌ ରବି କୁମାର କହିଛନ୍ତି, ପାଖାପାଖି ୧୭ ଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ ବସ୍‌ରେ ୪୪ ଯାତ୍ରୀ ଲକ୍ଷ୍ମୌରୁ ଦିଲ୍ଲୀ ଯାଉଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ବସ୍‌ଟି ଭାରସାମ୍ୟ ହରାଇଥିବା ଅଥବା ଷ୍ଟିୟରିଂ ଜାମ୍‌ ହୋଇଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣା ପାଇଁ ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚକିତ୍ସା ଯୋଗାଇଦେବା ଲାଗି ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବା ଲାଗି ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଘୋଷଣା କରାଯାଇଛି।