ଶ୍ରୀନଗର ବିମାନବନ୍ଦରରେ ଗୁଲାମନବୀ ଆଜାଦଙ୍କୁ ଅଟକ

ଶ୍ରୀନଗର ବିମାନବନ୍ଦରରେ ଗୁଲାମନବୀ ଆଜାଦଙ୍କୁ ଅଟକ

ଶ୍ରୀନଗର ବିମାନବନ୍ଦରରେ ଗୁଲାମନବୀ ଆଜାଦଙ୍କୁ ଅଟକ
ନୂଆଦିଲ୍ଲୀ: ଶ୍ରୀନଗର ବିମାନବନ୍ଦରରେ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କୁ ଅଟକ ରଖାଯାଇଛି । ତାଙ୍କ ସହ ଜାମ୍ମୁ-କାଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମ୍ମଦ ମୀରଙ୍କୁ ମଧ୍ୟ ଅଟକ ରଖାଯାଇଛି । ଉଭୟଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଯାତା୍ରା ଅନୁମତି ଦେଉଥିବା ସୂଚନା ମିଳିଛି । ପୂର୍ବରୁ ଗୁଲାମନବୀ ଆଜାଦଙ୍କ ଏକ ଟିପ୍ପଣୀକୁ ନେଇ ବିଜେପି ପକ୍ଷରୁ କଡ଼ା ନିନ୍ଦା କରାଯାଇଥିଲା । ସୂଚନାଯୋଗ୍ୟ, ଅଜିତ ଡୋଭାଲ ଶ୍ରୀନଗର ଗସ୍ତରେ ଥିବା ବେଳେ ସେଠାକାର ଲୋକଙ୍କ ସହିତ ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ଏବଂ ଧାରା ୩୭୦ ଉଚ୍ଛେଦ ହେବା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ଲୋକଙ୍କ ସହ ରାସ୍ତାରେ ଖାଦ୍ୟ ଖାଉଥିବାର ଏକ ଭିଡିଓ ଜାରି ହୋଇଥିଲା। ଏହାକୁ ନେଇ ଗୁଲାମନବୀ ଆଜାଦ ସମାଲୋଚନା କରିବା ସହିତ ଟଙ୍କା ଦେଇ କାହାର ବି ଭିଡିଓ କରାଯାଇପାରିବ ବୋଲି ମନ୍ତବ୍ୟ ଦେଇଥିଲେ। ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ଏବଂ ଧାରା ୩୭୦ ଉଚ୍ଛେଦ କରାଯିବାକୁ କଂଗ୍ରେସ ବିରୋଧ କରିଆସୁଛି। ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ବିରୋଧର ନେତୃତ୍ଵ ନେଇଥିଲେ। ଏହା ମଧ୍ୟରେ ଆଜାଦ ଶ୍ରୀନଗର ଗସ୍ତ କରିପାରନ୍ତି, ଯେଉଁଠି ସେ ଦଳୀୟ ନେତାଙ୍କ ସହିତ ଏହି ମାମଲା ଉପରେ ଆଲୋଚନା କରିବାର ଅଛି। ଏହା ପୂର୍ବରୁ ସେ ଡୋଭାଲଙ୍କ ଭିଡଓକୁ ନେଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ।