ଗଠନ ହେଲା ୪୦ ଟିମ୍ : ନିର୍ବାଚନ

ଗଠନ ହେଲା ୪୦ ଟିମ୍ : ନିର୍ବାଚନ

ଗଠନ ହେଲା ୪୦ ଟିମ୍ : ନିର୍ବାଚନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସୋସିଆଲ ମିଡିଆ ମଂଚ ଫେସବୁକ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ନିର୍ବାଚନ ଉପରେ ପ୍ରଭାବ ପକାଇବା ଭଳି କୌଣସି ମିଥ୍ୟା ଖବର ଏବଂ ଘୃଣ୍ୟ ବାର୍ତା ରୋକିବାପାଇଁ ଫେସବୁକ ଏବେ ୪୦ଟି ଟିମ ଗଠନ କରିଛି । ସାରା ବିଶ୍ୱବ୍ୟାପୀ ଏହି ଟିମ କାର୍ଯ୍ୟରତ । ଭାରତ ମେନଲୋପାର୍କ, ଦୁବଲିନ ଏବଂ ସିଙ୍ଗାପୁରର ରେ ଏହି ଟିମର କେନ୍ଦ୍ର ରହିଛି । ୪୦ଟି ଟିମରେ ୩୦,୦୦୦ ବ୍ୟକ୍ତିବିଶେକ୍ଷ ରହିଛନ୍ତି । ବିଭିନ୍ନକ୍ଷେତ୍ରରୁ ବିଶେଷଜ୍ଞମାନେ ଏହି ଟିମରେ ସାମିଲ ଅଛନ୍ତି । କେଉଁ ବିଷୟବସ୍ତୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ତାହା ଏହି ଟିମ ଆକଳନ କରିବେ । ଯଦି କୌଣସି ପୋଷ୍ଟ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥାଏ ତେବେ ସଙ୍ଗେ ସଙ୍ଗେ ତା ଉପରେ ରୋକ ଲଗାଇବେ ଏହି ବିଶେଷଜ୍ଞ ଦଳ । ସୂଚନାନୁଯାୟୀ ଗତ ୧୮ ମାସ ହେବ ଫେସବୁକ ପକ୍ଷରୁ ଏକ ନୂଆ ଉପାୟ ଆରମ୍ଭ ହୋଇଛି । ଯଦି କୌଣସି ଫେସବୁକ ପୋଷ୍ଟ ହିଂସା ଉପାଜାଇବା ଭଳି ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥାଏ ତେବେ ସଙ୍ଗେସଙ୍ଗେ ତାହା ରୋକିବାପାଇଁ କାର୍ଯ୍ୟପଦ୍ଧତି ଗ୍ରହଣ କରିବାର ଯୋଜନା ହୋଇଛି । ସେହିଭଳି ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ନହେବାପାଇଁ ଫେସବୁକ ପକ୍ଷରୁ ଏକ ନୂଆ ତାରିକା ଗ୍ରହଣ ହୋଇଛି ।