ଓଡ଼ିଶା ଭବନରେ ନବୀନଙ୍କ ସମୀକ୍ଷା
ଓଡ଼ିଶା ଭବନରେ ନବୀନଙ୍କ ସମୀକ୍ଷା
admin
Sep 19, 2019 - 09:19
Updated: Sep 19, 2019 - 09:19
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ବୈଠକ କରିଛନ୍ତି । ଓଡ଼ିଶାରେ ବିଳମ୍ବ ହେଉଥିବା କେନ୍ଦ୍ରୀୟ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀ ତନାଘନା କରିଥିଲେ । ରେଳ ପ୍ରକଳ୍ପ, ବ୍ୟାଙ୍କିଙ୍ଗ, ଡେନ୍ସିଟି ବୃଦ୍ଧି ନେଇ କେନ୍ଦ୍ର ନେଇଥିବା ପଦକ୍ଷେପର ସମୀକ୍ଷା କରାଯାଇଥିଲା । ରେଳ ପ୍ରକଳ୍ପ ଯେଉଁଥିରେ ଓଡ଼ିଶା ସରକାର ମାଗଣାରେ ଜମି ଯୋଗାଇଦେବା ସହ ୫୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି ସେ ସବୁ ପ୍ରକଳ୍ପ ଅଗ୍ରଗତି କଥା ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ ।
୫ଟି କିଭଳି ଭାବେ କାର୍ଯ୍ୟକାରୀ କରାଯାଇପାରିବ ତା’ଉପରେ ଫୋକସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆବାସିକ କମିଶନରଙ୍କୁ କହିଥିଲେ । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ ଓ ପ୍ରମୁଖ ଆବାସିକ କମିସନର ତୁହିନକାନ୍ତ ପାଣ୍ଡେଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।
ବୈଠକ ପରେ ଗଣମାଧ୍ୟମରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଗତବର୍ଷ ସମୀକ୍ଷା ବୈଠକରେ ଯେଉଁସବୁ ଟାର୍ଗେଟ କରାଯାଇଥିଲା ସେଥିରେ ଅଗ୍ରଗତି ହୋଇଛି । ଆଗକୁ କିଭଳି କାର୍ଯ୍ୟରେ ଅଗ୍ରଗତି ହେବ ସେ ନେଇ ଅଧିକାରୀମାନଙ୍କୁ ଅବଗତ କରାଯାଇଛି । କାର୍ଯ୍ୟ ଅଗ୍ରଗତି ସମୀକ୍ଷା ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।