ମହାରାଷ୍ଟ୍ରରେ ବିଜେପି-ଶିବସେନା ଆଗୁଆ

ମହାରାଷ୍ଟ୍ରରେ ବିଜେପି-ଶିବସେନା ଆଗୁଆ

ମହାରାଷ୍ଟ୍ରରେ ବିଜେପି-ଶିବସେନା ଆଗୁଆ
ଭୁବନେଶ୍ୱର : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଂଟ ପୁଣିଥରେ କ୍ଷମତାକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି । ଭୋଟ ଗଣତି ଜାରି ରହିଥିବାବେଳେ ବିଜେପି ଏକାକୀ ୯୮ ଆସନରେ ଆଗୁଆ ଅଛି । ଯେତେବେଳେକି ସହଯୋଗୀ ଶିବସେନା ୬୪ ଆସନରେ ଆଗୁଆ ରହିଛି । ମହାରାଷ୍ଟ୍ରର ମୋଟ ୨୮୮ ଆସନ ମଧ୍ୟରୁ ଦୁଇଦଳ ୧୬୦ ଆସନରେ ଆଗୁଆ ରହିଛନ୍ତି । ସରକାର ଗଢ଼ିବା ପାଇଁ ୧୪୫ ଆସନର ଆବଶ୍ୟକତା ଥିବାବେଳେ ପୁଣିଥରେ ଏନଡ଼ିଏ ମେଂଟ ସରକାର ଗଢ଼ିବ ବୋଲି ଟ୍ରେଣ୍ଡରୁ ଦେଖିବାକୁ ମିଳିଛି । ଅପରପକ୍ଷରେ ସରକାର ଗଢ଼ିବା କଂଗ୍ରେସ ଓ ଏନସିପି ପାଇଁ ସମ୍ଭବପର ନହେଲେ ବି ଦୁଇ ଦଳ ଭଲ ପ୍ରଦର୍ଶନ କରିଛନ୍ତି । ଏକଜିଟ ପୋଲଠାରୁ ବହୁ ଆସନରେ ଦୁଇ ଦଳ ଆଗୁଆ ରହିଛନ୍ତି । କଂଗ୍ରେସ ୪୦ ଆସନରେ ଆଗୁଆ ଥିବାବେଳେ ଏନସିପି ୫୩ ଆସନରେ ଆଗୁଆ ରହିଛନ୍ତି । କେତେକ ଏକଜିଟ ପୋଲ ଉଭୟ ଦଳ ୫୦ ଆସନ ପାଇବ ନାହିଁ ବୋଲି ଆକଳନ କରିଥିଲେ । ଯାହାକି କଂଗ୍ରେସ ଓ ଏନସିପି ନେତାଙ୍କୁ ସାମାନ୍ୟ ଉତ୍ସାହିତ କରିଛି ।