ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ଦାବି

ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ଦାବି

ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ଦାବି
ୱର୍ଲିରେ ଆଦିତ୍ୟ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପୋଷ୍ଟର୍ ମୁମ୍ବାଇ: ମହାରାଷ୍ଟ୍ରରେ ପୁଣିଥରେ ବିଜେପି- ଶିବସେନା ମେଣ୍ଟ ସରକାର ଗଠନ ହେବ । ଏଥର ଶିବସେନା ମୁଖ୍ୟମନ୍ତ୍ରୀ ପଦ ହାସଲ କରିବା ପାଇଁ ଆଗୁଆ ଘୋଷଣା କରିଛି । ଯୁବ ଶିବ ସେନା ନେତା ଆଦିତ୍ୟ ଠାକ୍ରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳର ବହୁ ନେତା ଏବଂ କର୍ମୀ ଦାବି କରିଛନ୍ତି । ଆଦିତ୍ୟ ଠାକ୍ରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ସଂକ୍ରାନ୍ତରେ ପୋଷ୍ଟର ଏବେ ୱର୍ଲି ନିର୍ବାଚନ ମଣ୍ଡଳୀରେ ଲାଗିଛି । ଏହି ପୋଷ୍ଟରରେ ଶିବସେନା ପ୍ରତିଷ୍ଠାତା ବାଲ୍ ଠାକ୍ରେ ଏବଂ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍ରେଙ୍କ ଫଟୋ ମଧ୍ୟ ରହିଛି । ତେବେ ଏହି ଦାବି ସଂକ୍ରାନ୍ତରେ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ । ୫୦-୫୦ ଫର୍ମୁଲା ଯଦି ଲାଗୁ ହୁଏ ତେବେ ଆଦିତ୍ୟ ଠାକ୍ରେ ରାଜ୍ୟରେ ସବୁଠୁ କମ୍ ବୟସର ମୁଖ୍ୟମନ୍ତ୍ରୀ ହେବେ ।