ବିବାଦରେ ବିବେକ

ବିବାଦରେ ବିବେକ

ବିବାଦରେ ବିବେକ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବଲିଉଡ ଅଭିନେତା ସଲମନ ଖାନ ଏବଂ ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ଫୋଟ ପୋଷ୍ଟ କରି ବିବାଦକୁ ଆସିଛନ୍ତି ବିବେକ ଓବରୟ । ବିବେକଙ୍କ ବିରୋଧରେ ଜାତୀୟ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ନିର୍ବାଚନ ସରିବା ପରେ ବିବେକ ଗୋଟିଏ ଫ୍ରେମରେ ତିନିଟି ଫୋଟ ଛାଡିଛନ୍ତି । ଗୋଟିଏରେ ସଲମନ ଓ ଐଶର୍ଯ୍ୟା ଥିବା ଫଟୋରେ ଓପନିୟନ ପୋଲ ଭାବେ ଦର୍ଶାଇଥିବା ବେଳେ ଆଉ ଗୋଟେରେ ନିଜ ସହ ଐଶର୍ଯ୍ୟାଙ୍କ ଫଟୋକୁ ଏକଜିଟ ପୋଲ ଏବଂ ଅଭିଶେକ ଓ ଅରାଧ୍ୟାଙ୍କ ସହ ଐଶର୍ଯ୍ୟାଙ୍କ ଫଟୋକୁ ରେଜଲ୍ଟ ବୋଲି ଲେଖି ଏକଜିଟ ପୋଲ ଫଳାଫଳକୁ ଉପହାସ କରିଛନ୍ତି ବିବେକ ।