ନୂଆ ମୋଟର ଯାନ ଆଇନ ଫଳ :୧୫ ହଜାର ଟଙ୍କାର ସ୍କୁଟର, ୨୩ ହଜାର ଜରମାନା
ନୂଆ ମୋଟର ଯାନ ଆଇନ ଫଳ :୧୫ ହଜାର ଟଙ୍କାର ସ୍କୁଟର, ୨୩ ହଜାର ଜରମାନା
admin
Sep 4, 2019 - 05:47
Updated: Sep 4, 2019 - 05:47
ଗୁରଗାଓଁ : ଗୁରଗାଓଁରେ ଜଣେ ସ୍କୁଟର ଚାଳକ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବାରୁ ନୂଆ ମୋଟର ଯାନ ଆଇନ ଅନୁଯାୟୀ ୨୩ ହଜାର ଟଙ୍କା ଜରିମାନା ଦେଇଛନ୍ତି । ତାଙ୍କ ସ୍କୁଟରର ଦାମ ୧୫ ହଜାର ଟଙ୍କା ହୋଇଥିବା ବେଳେ ସେ ଏହାଠାରୁ ଯଥେଷ୍ଟ ଅଧିକ ମୂଲ୍ୟର ଜରିମାନା ଦେଇଛନ୍ତି । ଦିନେଶ ମଦନ ନାମକ ଏକ ବ୍ୟକ୍ତି ଜଣକ ଡ୍ରାଇଭିଂ ଲାଇସେନ୍ସ ନଥିବା ପାଇଁ ୫ ହଜାର, ରେଜିଷ୍ଟ୍ରେସନ ସାର୍ଟିଫିକେଟ ନେଇ ନଥିବାରୁ ୫ ହଜାର, ବୀମା ନଥିବାରୁ ୨ ହଜାର, ପ୍ରଦୂଷଣ ନିୟମ ଉଲ୍ଲଂଘନ ଯୋଗୁଁ ୧୦ ହଜାର ଟଙ୍କା ଏବଂ ହେଲମେଟ୍ ପିନ୍ଧି ନଥିବା ଯୋଗୁଁ ୧ ହଜାର ଟଙ୍କା ଜରିମାନା ଦେଇଛନ୍ତି । ମଦନ କହିଛନ୍ତି, ସେ ହେଲମେଟ ପିନ୍ଧି ନଥିଲେ ଏବଂ ତାଙ୍କ ନିକଟରେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ନଥିଲା । ଏହି ସମୟରେ ଟ୍ରାଫିକ ପୁଲିସ ତାଙ୍କୁ ସ୍କୁଟରର ଚାବି ମାଗିଲା । ମୁଁ ଦେବାକୁ ମନା କଲି । ସଙ୍ଗେ ସଙ୍ଗେ ପୁଲିସ ୨୩ ହାର ଟଙ୍କା ଏକ ଚାଲାଣ ମୋତେ ବଢ଼ାଇ ଦେବା ସହିତ ମୋ ସ୍କୁଟରକୁ ଜବତ କରିଦେଇଥିଲା । ଏପରିକି ଘରୁ ହ୍ୱାଟସଆପରେ ସ୍କୁଟରର ରେଜିଷ୍ଟ୍ରେସନ ସାର୍ଟିଫେିକଟ ମଗାଇବା ଭିତରେ ପୁଲିସ ଜରିମାନା ବାବଦ ରସିଦ ବଢ଼ାଇ ଦେଇଥିଲା ବୋଲି ସେ କହିଛନ୍ତି ।