ହରିୟାଣା ନିର୍ବାଚନ: ଝୁଲା ବିଧାନସଭା ଅଭିମୁଖେ ଫଳାଫଳ!

ହରିୟାଣା ନିର୍ବାଚନ: ଝୁଲା ବିଧାନସଭା ଅଭିମୁଖେ ଫଳାଫଳ!

ହରିୟାଣା ନିର୍ବାଚନ: ଝୁଲା ବିଧାନସଭା ଅଭିମୁଖେ ଫଳାଫଳ!
ଭୁବନେଶ୍ୱର : କିଏ ହରିୟାଣାରେ ସରକାର କରିବ ? ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ଶେଷ ହେବା ପରେ ସଂଧ୍ୟାରେ ପ୍ରକାଶ ପାଇଥିଲା ଏକଜିଟ ପୋଲ ରିପୋର୍ଟ । ତେବେ ହରିୟାଣାରେ ବିଜେପି ଯେଉଁ ସଫଳତା ପାଇବ ବୋଲି ଆକଳନ କରାଯାଇଥିଲା ତାହା ଭୁଲ ପ୍ରମାଣିତ ହେବାକୁ ଯାଉଛି । ଏଯାବତ ହରିୟାଣା ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନଥିଲେହେଁ, ଭୋଟ ଗଣତିରୁ ଏହା ପ୍ରତିପାଦିତ ହୋଇଯାଇଛି । ପୋଲ ଅଫ ପୋଲ୍ସ ଅନୁଯାୟୀ ହରିୟାଣାରେ ବିଜେପି ୬୯, ରିପ୍ଲବିକ ଟିଭିର ଏକଜିଟ ପୋଲ ଅନୁଯାୟୀ ବିଜେପି ୫୨ରୁ ୬୩, ଟାଇମ୍ସ ନାଓର ଆକଳନ ଅନୁଯାୟୀ ବିଜେପି ୭୧, ଇଣ୍ଡିଆ ନୁ୍ୟଜ ପୋଲ ଷ୍ଟାର୍ଟ ଅନୁଯାୟୀ ବିଜେପି ୭୫ରୁ ୮୦, ଏବିପି ନୁ୍ୟଜ ସି-ଭୋଟର ଅନୁଯାୟୀ ବିଜେପି ୭୨ ଓ ନୁ୍ୟଜ ୧୮ର ଆକଳନ ଅନୁଯାୟୀ ବିଜେପି ୭୫ ଆସନ ପାଇବ ବୋଲି କୁହାଯାଉଥିଲା । ଯେତେବେଳେକି କଂଗ୍ରେସକୁ ହାରାହାରି ୧୦ରୁ ୧୯ ଆସନ ମିଳିବ ବୋଲି ଆକଳିତ ହୋଇଥିଲା । ତେବେ ହରିୟାଣା ଭୋଟ ଗଣତି ଜାରି ରହିଥିବାବେଳେ ଇସିଆଇର ସୂଚନା ଅନୁଯାୟୀ, ବିଜେପି ୩୮ ଆସନରେ ଆଗୁଆ ରହିଛି । ଯେତେବେଳେକି କଂଗ୍ରେସ ୩୦ ଆସନରେ ଅଗ୍ରଣୀ ଅଛି । ଅପରପକ୍ଷରେ ବିଏସପି ୧, ସ୍ୱାଧୀନ ୬, ଇଣ୍ଡିଆନ ନାସନାଲ ଲୋକ ଦଳ ୨, ଜନନାୟକ ଜନତା ପାର୍ଟି ୧୧ ଓ ଲୋକତାନ୍ତେର ସୁରକ୍ଷା ପାର୍ଟି ୧ ଆସନରେ ଆଗୁଆ ଅଛି । ଯଦି ବିଜେପି ଚୂଡ଼ାନ୍ତ ଭୋଟ ଫଳାଫଳରେ ମ୍ୟାଜିକ ନମ୍ବର ହାସଲ ନକରିପାରେ ତେବେ ଜେଜେପି ହିଁ କିଙ୍ଗମେକର ହେବବୋଲି ଆକଳନ କରାଯାଉଛି । ଅପରପକ୍ଷରେ ଏବେଠାରୁ ଉଭୟ କଂଗ୍ରେସ ଓ ବିଜେପିର ବରିଷ୍ଠ ନେତାମାନେ ଜେଜେପି ନେତାଙ୍କ ସହ ଆଲୋଚନା ଆରମ୍ଭ କରିଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।