‘ମନ କି ବାତ୍’ ରେ ମୋଦି କଣ କହିଲେ, ଜାଣନ୍ତୁ

‘ମନ କି ବାତ୍’ ରେ ମୋଦି କଣ କହିଲେ, ଜାଣନ୍ତୁ

‘ମନ କି ବାତ୍’ ରେ ମୋଦି କଣ କହିଲେ, ଜାଣନ୍ତୁ
ନୂଆଦିଲ୍ଲୀ: ଆଜି ୫୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବସୀଙ୍କୁ ଉଦବୋଧନ ଦେଇ ନବରାତ୍ରୀର ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି, ଆମକୁ ସବୁ ପର୍ବପର୍ବାଣୀରେ ଅନ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ଚେଷ୍ଟା କରିବା ଆବଶ୍ୟକ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଳିକାମାନଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଦେଶର କନ୍ୟା ସନ୍ତାନମାନଙ୍କୁ ପ୍ରଧାନମନ୍ତ୍ରୀ ଦେଶର ଲକ୍ଷ୍ମୀ ଭାବେ ସମ୍ବୋଧନ କରିଛନ୍ତି। ‘ମନ କି ବାତ୍’ ରେ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେଶକରଙ୍କୁ ସ୍ମରଣ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଲତାଙ୍କ ଜନ୍ମଦିନ ସେପ୍ଟେମ୍ବର ୨୮ରେ ପ୍ରଧାନମନ୍ତ୍ରୀ ଆମେରିକାରୁ ତାଙ୍କ ସହ ଟେଲିଫୋନରେ ହୋଇଥିବା ବାର୍ତ୍ତାଳାପ ଦେଶବାସୀଙ୍କୁ ଶୁଣାଇଛନ୍ତି। ଲତା ପ୍ରଧାନମନ୍ତ୍ରୀଙ୍କୁ ଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିବା ସହ ନିଜର ଖୁସି ଜାହିର କରିଛନ୍ତି। ‘ମନ କି ବାତ୍’ ରେ ଅରୁଣାଚଳପ୍ରଦେଶର ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ପତ୍ର ପ୍ରସଙ୍ଗ ଉତଥାପନ କରି ମୋଦୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚାପ ମୁକ୍ତ ପରୀକ୍ଷା ବିଷୟରେ ମତାମତ ଜଣାଇବାକୁ କହିଛନ୍ତି। ସେହି ଛାତ୍ର ଜଣକ ପ୍ରଧାନମନ୍ତ୍ରୀଙ୍କୁ ‘ଏକଜାମ ୱାରିଅର’ ପୁସ୍ତକରେ ଅଧିକ ତଥ୍ୟ ସ୍ଥାନିତ କରିବାକୁ ଅନୁରୋଧ କରିଛନ୍ତି। ‘ମନ କି ବାତ୍’ ରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏସ ଓପନ ପ୍ରତିଯୋଗିତାରେ ରୁଷ ଦେଶର ଖେଳାଳି ଦାନିଲଙ୍କ ସରଳତା ଏବଂ ଖେଳୁଆଡ଼ ମନୋବୃତ୍ତିର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦାନିଲଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ। ଏହି ଅବସରରେ ମୋଦୀ ଦେଶରେ କିଛି ଦିନ ପୂର୍ବରୁ ବ୍ୟାନ କରାଯାଇଥିବା ଇ-ସିଗାରେଟର ଖରାପ ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି। ବିଶେଷ କରି ଦେଶର ଯୁବ ପିଢ଼ି ଉପରେ ଏହାର କୁପ୍ରଭାବ କିଭଳି କମ କରାଯାଇ ପାରିବ, ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଇ-ସିଗାରେଟ ବ୍ୟାନ ହେବା ଫଳରେ ଯୁବ ପିଢ଼ି ଉଚିତ ମାର୍ଗକୁ ଆସିପାରିବେ। ଏହା ମାନସିକ ବିକାଶ ଦିଗରେ ଏକ ବଡ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ସେ କହିଛନ୍ତି। ଆହୁରୀ କହିଛନ୍ତି ଦେଶକୁ ଗଢିବାକୁ ହେଲେ ଏକ ସଠିକ ଯୁବପିଢ ଦେଶକୁ ଦରକାର । ବିଶ୍ୱ ଦରବାରରେ ଭାତକୁ ଶୀର୍ଷ ପହଁଚାଇବା ହେଲେ ଦେଶବାସୀଙ୍କ ସହଯୋଗ ରହିଛି ।