ବିକ୍ରମ’ ଲ୍ୟାଣ୍ଡରର ଭଗ୍ନାବଶେଷ ଠାବ କଲା ନାସା

ବିକ୍ରମ’ ଲ୍ୟାଣ୍ଡରର ଭଗ୍ନାବଶେଷ ଠାବ କଲା ନାସା

ବିକ୍ରମ’ ଲ୍ୟାଣ୍ଡରର ଭଗ୍ନାବଶେଷ ଠାବ କଲା ନାସା
ନୂଆଦିଲ୍ଲୀ : ‘ବିକ୍ରମ’ ଲ୍ୟାଣ୍ଡରର ସନ୍ଧାନ ମିଳିଛି । ଚନ୍ଦ୍ରପୃଷ୍ଠରେ ଏହାର ଭଗ୍ନାବଶେଷ ମିଳିଛି ବୋଲି ନାସା ପକ୍ଷରୁ ଦାବି କରାଯାଇଛି । ତେବେ ଭାରତୀୟ ଇଂଜିନିୟର ହିଁ ପ୍ରଥମେ ଏହା ଠାବ କରିଥିଲେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ସେପ୍ଟେମ୍ବର ୭ରେ ଅବତରଣ କଲାବେଳେ ବିକ୍ରମ ଚନ୍ଦ୍ରପୃଷ୍ଠରେ ମାଡ଼ ହୋଇ ଧ୍ୱଂସ ହୋଇଯାଇଥିବା ସ୍ପଷ୍ଟ ହୋଇଯାଇଛି । ଅବତରଣ କରିବା ସ୍ଥାନର ୭୫୦ ମିଟର ପରିଧି ମଧ୍ୟରେ ଏହାର ଭଗ୍ନାବଶେଷ ପଡ଼ି ରହିଥିବା ଦେଖିବାକୁ ମିଳିଛି । ଭାରତୀୟ ଇଞ୍ଜିନିୟର ସାନମୁଗା ସୁବ୍ରମଣ୍ୟମ ନାସାର ଫଟୋରୁ ହିଁ ପ୍ରଥମେ ବିକ୍ରମର ଭଗ୍ନାବଶେଷ ଠାବ କରିପାରିଥିଲେ । ପରେ ନାସାର ଏକ ଟିମ ଅନୁଶୀଳନ କରିବା ପରେ ୨୦ଟି ସ୍ଥାନରେ ଲ୍ୟାଣ୍ଡରର ଭଗ୍ନାବଶେଷ ପାଇଥିଲେ । ସେହିପରି ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ବିକ୍ରମ ମାଡ଼ ହୋଇଥିଲା ସେଠାରେ ଗାତ ହୋଇଯାଇଥିବା ଦେଖିବାକୁ ମିଳିଛି । ସାନମୁଗା ପ୍ରଥମେ ନାସାର ଫଟୋ ଚିତ୍ରରୁ ଅନୁଶୀଳନ କରିବା ପରେ ଏଲଆରଓ ଟିମ ଗଭୀର ଭାବେ ଛାନଭିନ ଆରମ୍ଭ କରିଦେଇଥିଲା । ଚନ୍ଦ୍ରପୃଷ୍ଠରେ ବିକ୍ରମ ଅବତରଣ କରିବାର ଅଳ୍ପ କେଇ ସେକେଣ୍ଡ ପୂର୍ବରୁ ଇସ୍ରୋ ଠାରୁ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ସେବେଠାରୁ ବିକ୍ରମର ସନ୍ଧାନ କରାଯାଉଥିଲା । ଏଲଆରଓ ଗତ ସେପ୍ଟେମ୍ବର ୧୭, ଅକ୍ଟୋବର ୧୪ ଓ ନଭେମ୍ବର ୧୧ରେ ବିକ୍ରମର ଅବତରଣ ସ୍ଥଳୀ ଉପରେ