ଏହି କାରଣରୁ ପାଳିତ ହୋଇଥାଏ ଦୀପାବଳି

ଏହି କାରଣରୁ ପାଳିତ ହୋଇଥାଏ ଦୀପାବଳି

ଏହି କାରଣରୁ ପାଳିତ ହୋଇଥାଏ ଦୀପାବଳି

ଅମାବାସ୍ୟାରେ ପ୍ରଦୀପ ପ୍ରଜ୍ଜ୍ବଳନ ଦ୍ବାରା ଅନ୍ଧକାର ଦୂର ହୋଇ ଜୀବନରେ ନୂତନ ଆଲୋକର ଉଦ୍‌ଭାସିତ ହୋଇଥାଏ। ଏହି କାରଣରୁ ଭାରତୀୟ ସଂସ୍କୃତିରେ ଦୀପାବଳି ଏକ ପ୍ରମୁଖ ପର୍ବ ଭାବେ ପାଳିତ ହୋଇ ଆସୁଛି। ନୈରାଶ୍ୟ ଓ ଅନ୍ଧାରକୁ ଦୂର କରିଥାଏ ଦୀପାବଳି। ଅନ୍ୟାୟ ଉପରେ ନ୍ୟାୟର ବିଜୟର ପର୍ବ ବୋଲି କୁହାଯାଏ । ଏହି ଦିନ ସମସ୍ତେ ବନ୍ଧୁ ପରିବାର ଓ ପ୍ରିୟଜନଙ୍କ ସହ ମିଶି ଦୀପ ଜାଳି, ବାଣ ଫୁଟାଇ ଦୀପାବଳି  ପାଳନ କରିଥାନ୍ତି । ଏହି ପର୍ବ ପାଳନ ପଛରେ ଅନେକ ପୌରାଣିକ କଥାମାନ ରହିଛି । ପୁରାଣ ଅନୁସାରେ ଶ୍ରୀରାମ ୧୪ବର୍ଷ ବନବାସ ପରେ ଏହି ଦିନ ଅଯୋଧ୍ୟାକୁ ଫେରିଥିଲେ । ଏହି ସମୟରେ ଅଯୋଧ୍ୟାବାସୀ ଭଗବାନ ରାମଚନ୍ଦ୍ରଙ୍କୁ ରାଜ୍ୟକୁ ସ୍ୱାଗତ କରିବା ପାଇଁ ଦୀପ ଜାଳି ଉସôବ ପାଳନ କରିଥିଲେ । ତା’ରି ସ୍ମାରକୀ ସ୍ୱରୂପ ପ୍ରତିବର୍ଷ  ଦୀପାବଳି ପାଲନ କରାଯାଏ ବୋଲି କୁହାଯାଏ । 


ଏଥିସହିତ ଦୀପାବଳି ଦିନ ଜୈନ ମାନଙ୍କର ପରମ ଗୁରୁ ମହାବୀର ଦେହତ୍ୟାଗ କରିଥିଲେ । ତାଙ୍କର ତିରୋଧାନରେ ଜଗତ ଅନ୍ଧାର ହୋଇଗଲା ବୋଲି ଜୈନମାନେ ମନେ କରନ୍ତି । ତେଣୁ ପ୍ରତିବର୍ଷ ସେମାନେ ଏହି ଦିନ ଦୀପ ଜଳାନ୍ତି । 


ଏଥିସହିତ ଦୀପାବଳିକୁ ଅନ୍ୟାୟ ଉପରେ ନ୍ୟାୟର ବିଜୟର ଏକ ମହାନ ପର୍ବ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ଅତ୍ୟାଚାରୀ ଦାନବ ମହିଷାସୁରର ନିଧନ ପାଇଁ ଦେବତା ମାନଙ୍କ ପ୍ରାର୍ଥନା ଓ ଆବାହନ ଫଳରେ ମା’ ଦୁର୍ଗାଙ୍କର ଅବତରଣ ସଦୃଶ ଅସୁରର ରକ୍ତବୀର୍ୟ୍ୟର ନିଧନ ନିମନ୍ତେ ମା’ ମହାକାଳୀଙ୍କ ପ୍ରଚଣ୍ଡ ଶକ୍ତିର ଆବାହନ ଅନିବାର୍ୟ୍ୟ ହୋଇଛି ।  ପୌରାଣିକ ତଥ୍ୟ ଅନୁସାରେ ଅମୃତ ବଣ୍ଟନ ସମୟରେ ବିଷ୍ଣୁଙ୍କର ମୋହିନୀ ରୂପ ଦେଖି ଦେବଦେବ ମହାଯୋଗୀ ମହେଶ୍ୱର ପ୍ରେମାସକ୍ତ ହୋଇ ତାଙ୍କୁ ପତ୍ନୀ ରୂପରେ ପାଇବା ପାଇଁ ନିବେଦନ କରନ୍ତେ ପ୍ରଭୁ ବିଷ୍ଣୁ କାଳୀ (କାଳରାତ୍ରୀ) ରୂପରେ ଗୋଟିଏ ରାତି ଭଗବାନ ଶିବଙ୍କର ପତ୍ନୀ ହୋଇଥିଲେ । କେତେକ ଐତିହାସିକ ଏହାକୁ ଆର୍ୟ୍ୟ ଓ ଦ୍ରାବିଡ ସଂସ୍କୃତିର ମିଳନ ଉସôବ ଭାବରେ ମଧ୍ୟ ଅଭିହିତ କରିଛନ୍ତି।