ବିଶ୍ୱ ଦରବାରରେ ବିଶ୍ୱବିଦିତ କରିଥାଏ ରଥଯାତ୍ରା : କେଉଁ ଦେବାଦେବୀ ଥାଆନ୍ତି ଦର୍ପଦଳନ ରଥରେ ଜାଣନ୍ତୁ

ବିଶ୍ୱ ଦରବାରରେ ବିଶ୍ୱବିଦିତ କରିଥାଏ ରଥଯାତ୍ରା : କେଉଁ ଦେବାଦେବୀ ଥାଆନ୍ତି ଦର୍ପଦଳନ ରଥରେ ଜାଣନ୍ତୁ

ବିଶ୍ୱ ଦରବାରରେ ବିଶ୍ୱବିଦିତ କରିଥାଏ ରଥଯାତ୍ରା : କେଉଁ ଦେବାଦେବୀ ଥାଆନ୍ତି ଦର୍ପଦଳନ ରଥରେ ଜାଣନ୍ତୁ

ଉକôୃଷ୍ଠ କଳାର ପ୍ରଦେଶ ଓଡିଶା । ଏହାର ଅନନ୍ୟ ପରମ୍ପରା ଓ ସଂସ୍କୃତି ଏହାକୁ ବିଶ୍ୱ ଦରବାରରେ ବିଶ୍ୱବିଦିତ କରିଥାଏ । ଓଡିଆ ଜାତିର ଆରାଧ୍ୟ ଦେବତାଙ୍କ ମାନବୀୟ ଲୀଳାଖେଳା ସବୁଠୁ ନିଆରା ଅଟେ । ବର୍ଷକୁ ଥରେ ସୃଷ୍ଟିକର୍ତ୍ତା ଜଗତର ନାଥ ଜଗନ୍ନାଥ ବଡଭାଈ ବଳଭଦ୍ର ଓ କାମ୍ପିଲ୍ୟବାସିନୀ ମା ସୁଭଦ୍ରାଙ୍କୁ ସାଙ୍ଗରେ ଧରି ବୁଲିଯାଆନ୍ତି ତିନି ରଥରେ ବସି ମାଉଷି ଘରକୁ । ମା ସୁଭଦ୍ରାଙ୍କ ରଥର ନାମ ହେଉଛି ଦେବଦଳନ । ଏହି ରଥକୁ ଦର୍ପଦଳନ ଓ ପଦ୍ମଧ୍ୱଜ ମଧ୍ୟ କୁହାଯାଏ । ଏହି ରଥର ଅଧିଶ୍ୱର ଦେବତା ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ । ଏହା ୫୯୩ ଖଣ୍ଡ କାଠରେ ନିର୍ମିତ । ଏହାର ଉଚ୍ଚତା ୪୨ ଫୁଟ୍ ୩ଇଞ୍ଚ , ଦୈର୍ଘ୍ୟ ଓ ପ୍ରସ୍ଥ ୩୧ଫୁଟ ୬ଇଞ୍ଚ । ଏହି ରଥର ଚକ ସଂଖ୍ୟା ୧୨ । ରଥାବରଣ କୃଷ୍ଣ ଲୋହିତ । ଦେବଦଳନ ରଥର ଆୟୁଧ ପଦ୍ମ କହ୍ଲାର, ସାରଥି ଅର୍ଜୁନ, ରଥ ରକ୍ଷକ ଜୟଦୁର୍ଗା ଓ ରଥର ଦ୍ୱାରପାଳ ଗଙ୍ଗା ଓ ଜମୁନା  ଅଟନ୍ତି । ରଥର ଯୁଗଳ ଶୁଆଙ୍କ ନାମ ସୃତି ଓ ସ୍ମୃତି, ଚକ୍ରର ନାମ ଦିପ୍ତ ଓ ନେତର ନାମ ନାଦାମ୍ବିକା, ନେତର ପ୍ରତୀକ ତ୍ରିପୁରା ସୁନ୍ଦରୀ ଓ ଦଧିନଉତିର ନାମ ହିରଣ୍ୟମୟୀ ।  ଏହି ରଥରେ ଥିବା ୪ଟି ନାଲି ରଙ୍ଗର ଘୋଡାଙ୍କ ନାମ ହେଉଛି ରୋଚିକା, ମୋଚିକା, ଜିତା, ଅପରାଜିତା । ଏହି ରଥରେ ପାଶ୍ୱର୍ଦେବୀ ଭାବେ ଚଣ୍ଡି, ଚାମୁଣ୍ଡା, ଉଗ୍ରତାରା, ବନଦୁର୍ଗା, ଶୂଳିଦୁର୍ଗା, ବରାହି, ଶ୍ୟାମାକାଳି, ମଙ୍ଗଳା ପୂଜା ପାଆନ୍ତି । ଏହି ରଥର ରଜ୍ଜୁ ନାମ ସ୍ୱର୍ଣ୍ଣଚୂଡ ନାଗୁଣୀ, ଚାର ଦେବତା ମେଧା ଓ ସୁମେଧା ଏବଂ ରଥପାଳକ ହରିହର ଅଟନ୍ତି ।