ଲତା ମଙ୍ଗେସ୍କର ଅସୁସ୍ଥ

ଲତା ମଙ୍ଗେସ୍କର ଅସୁସ୍ଥ

ଲତା ମଙ୍ଗେସ୍କର ଅସୁସ୍ଥ
ମୁମ୍ବାଇ: ସ୍ୱର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡ଼ିଛନ୍ତି । ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା କାରଣରୁ ରବିବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ତାଙ୍କୁ ସ୍ଥାନୀୟ ବି୍ରଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି । ଡାକ୍ତର ଫାରୁକ ଇ ଉଦ୍ୱାଡିଆଙ୍କ ତତ୍ତ୍ୱାବଧାନରେ ଲତାଙ୍କ ଚିକିତ୍ସା ଚାଲିଛି । ସେ ନିମୋନିଆରେ ଆକ୍ରାନ୍ତ ଥିବା ପ୍ରକାଶ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଅବସ୍ଥା ଭଲ ଅଛି ଓ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଝିଆରୀ ରଚନା ଶାହା କହିଛନ୍ତି । ଡାକ୍ତରଖାନାରେ ଭଉଣୀ ଉଷା ମଙ୍ଗେସକର, ଆଶା ଭୋଁସଲେ ପ୍ରମୁଖ ଲତାଙ୍କୁ ଭେଟିଛନ୍ତି । ଲତାଙ୍କ ଆରୋଗ୍ୟ କାମନା କରି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସମେତ ଅନ୍ୟ ବଲିଉଡ କଳାକାରମାନେ ଟ୍ୱିଟ କରିଛନ୍ତି । ଏହି କିମ୍ବଦନ୍ତୀ ସଙ୍ଗୀତ ସାଧିକା ସେପ୍ଟେମ୍ବର ୨୮ ରେ ୯୦ ବର୍ଷରେ ପଦାର୍ପଣ କରିଛନ୍ତି ।