ଇଭିଏମ ବିବାଦ: ମାର୍ଚ୍ଚ ୨୫ରେ ହେବ ପରବର୍ତୀ ଶୁଣାଣି

ଇଭିଏମ ବିବାଦ: ମାର୍ଚ୍ଚ ୨୫ରେ ହେବ ପରବର୍ତୀ ଶୁଣାଣି

ନୂଆଦିଲ୍ଲୀ: ନିର୍ବାଚନ ଭିଭିପାଟ ମେସିନ୍ ବ୍ୟବହାର ପ୍ରତିବାଦରେ ୨୧ଟି ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାର୍ଚ୍ଚ ୨୫ରେ ମାମଲାର ପରବର୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ ନିର୍ବାଚନ ଆୟୋଗକୁ ଅଦାଲତର ସହାୟତା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କ ପ୍ରତିନିଯୁକ୍ତି କରିବା ପାଇଁ ଆଦେଶ ଦେଇଛନ୍ତି । ଫେବୃଆରୀ ମାସରେ ବିରୋଧୀ ଦଳ ଗୁଡିକ ଇଭିଏମ୍ର ସଚ୍ଚୋଟତା ସହିତ ଏହି ପ୍ରସଙ୍ଗ ଉଠାଇଥିଲେ, କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ଖଣ୍ଡନ କରିଥିଲେ । ଏଥିସହ ଭୋଟ ଗଣତି ପୂର୍ବରୁ ୫୦ ପ୍ରତିଶତ ଭିଭିପ୍ୟାଟ ସହ ଇଭିଏମ ଭୋଟକୁ ମିଳାଇବା ପାଇଁ ଦାବି କରିଛନ୍ତି । କଂଗ୍ରେସ ସମେତ ଟିଡିପି, ଶରଦ ପାୱାର, ବିଏସପି, ଏସପି, ବାମ ଦଳ ଭଳି ୨୧ଟି ଦଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।