କଂଗ୍ରେସର ଅଭିଯୋଗ

କଂଗ୍ରେସର ଅଭିଯୋଗ

କଂଗ୍ରେସର ଅଭିଯୋଗ
ନୂଆଦିଲ୍ଲୀ: ଇରାନରୁ ତେଲ ଆମଦାନୀ ପ୍ରସଙ୍ଗରେ ଆମେରିକା ଗତକାଲି କଠୋର ଆଭିମୁଖ୍ୟ ପୋଷଣ କରିଥିବା ବେଳେ ଭାରତ ସରକାର ତେଲ ଦର ବଢାଇବାକୁ କୌଣସି ନିଷ୍ପତି ନେଇନାହାନ୍ତି । ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ଅଭିଯୋଗ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୩ ତାରିଖରେ ତେଲ ଦର୫-୧୦ ଟଙ୍କା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି ।ସେ ଭୋଟ ପାଇଁ ତେଲ କମ୍ପାନିଗୁଡିକୁ ମେ ୨୩ ପର୍ଯ୍ୟନ୍ତ ପେଟ୍ରେଲ ଏବଂ ଡିଜେଲ ଦର ବୃଦ୍ଧି ନ କରିବା ପାଇଁ କହିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ମୁଖ୍ୟପାତ୍ର ରଣଦୀପ ସୂର୍ଯେ୍ୟୱାଲା ଆଜି ଟ୍ୱିଟ କରି କହିଛନ୍ତି ଯେ ମେ ୨୩ ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ – ଡିଜେଲ ଦର ୫-୧୦ ଟଙ୍କା ବୃଦ୍ଧି କରିବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।