ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ : ନବୀନ

ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ : ନବୀନ

ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ : ନବୀନ
ବାଲେଶ୍ୱର : ବାଲେଶ୍ୱର ଓ ଭୋଗରାଇ ଠାରେ ଆୟୋଜିତ ନିର୍ବାଚନୀ ପ୍ରଚାର ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ଉପସ୍ଥିତ ଜନସାଧରଣଙ୍କୁ ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଆରମ୍ଭ କରିଥିଲେ। ସେ ଆସିଛନ୍ତି ବୋଲି ସମବେତ ଜନତା ଖୁସି କି, ନାହିଁ ବୋଲି ପଚାରିବା ସହ ଆସିଥିବାରୁ ସେ ନିଜେ ଖୁସ ବୋଲି କହିଥିଲେ। ତାଙ୍କ କଥା ଶୁଣିବାକୁ ଖରା ସତ୍ତ୍ୱେ ଆସିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ। କହିଛନ୍ତି ଇଲେକ୍ସନ ହେଲା ପ୍ରଧାନମନ୍ତ୍ରୀ ଆସିଗଲେ । ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ । ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତା ଆସିଲେନି । ‘ବାଲେଶ୍ୱରରେ ମେଡିକାଲ ପାଇଁ କେନ୍ଦ୍ରମନ୍ତ୍ରୀ କିଛି କଲେନି, ‘ରାଜ୍ୟ ସରକାରଙ୍କ ଉଦ୍ୟମରେ ମେଡିକାଲ କଲେଜ ହେଲା ବୋଲି ନବୀନ ଅଭିଯୋଗ କରିଛନ୍ତି । ସେହିପରି କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା ମିଳିବ ବୋଲି ନବୀନ ପୁଣି ସ୍ୱଷ୍ଟ କରିଛନ୍ତି । ସେହିପରି ବସ୍ତାରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏହାପରେ ନୀଳଗିରି ଓ ରେମୁଣାରେ ଜନସଭାକୁ ସମ୍ବୋଧନ କରିବେ ନବୀନ। ଅପରାହ୍ନରେ ମେଗା ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ୱର ଆଇଟିଆଇ ପଡ଼ିଆରୁ ଆରମ୍ଭ ହେବ ରୋଡ ସୋ। ଏହାପରେ ପୋଲିସ ଲାଇନ ଛକ, ସିନେମା ଛକ, ଫକୀର ମୋହନ ଗୋଲେଇ, ରେମୁଣା ଗୋଲେଇ ଓ କଳମା ବସଷ୍ଟାଣ୍ଡ ଦେଇ ଯିବ। ସଂଧ୍ୟା ୫ଟାରେ ବଡ଼ସାହିର ବୈଶିଙ୍ଗା ଠାରୁ ଆରମ୍ଭ ହେବ ରୋଡ ସୋ। ଏହି ରୋଡ ସୋ ବାରିପଦା ଯାଏ ଯିବ । ପରେ ବାରିପଦା ଟାଉନରେ ରୋଡ ସୋ କରିବେ ନବୀନ। ରାତି ୯ଟାରେ ରୋଡ ସୋ ସରିବା ପରେ ବାରିପଦା ସର୍କିଟ ହାଉସରେ ରାତ୍ରିଯାପନ କରିବେ। ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ।