ବଜରଙ୍ଗଙ୍କୁ ବ୍ରୋଞ୍ଜ : ଅଲମ୍ପିକରେ ଭାରତକୁ ଆଉ ଏକ ପଦକ

ବଜରଙ୍ଗଙ୍କୁ ବ୍ରୋଞ୍ଜ : ଅଲମ୍ପିକରେ ଭାରତକୁ ଆଉ ଏକ ପଦକ

ବଜରଙ୍ଗଙ୍କୁ ବ୍ରୋଞ୍ଜ : ଅଲମ୍ପିକରେ ଭାରତକୁ ଆଉ ଏକ ପଦକ

ଟୋକିଓ : ପୁରୁଷ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  । ଗତକାଲି ସେମିଫାଇନାଲରେ ସେ ପରାସ୍ତ ହୋଇଥିଲେ ବି ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରିଥିଲେ  । 

ସେମି ଫାଇନାଲରେ ସେ ଆଜରବାଇଜନର ହାଜି ଆଲିଏଭଙ୍କ ଠାରୁ ପରାସ୍ତ ହୋଇଥିଲେ  । ଫଳରେ ବଜରଙ୍ଗଙ୍କ ରୌପ୍ୟ କିମ୍ବା ସ୍ୱର୍ଣ୍ଣ ଆଶା ଧୂଳିସାତ ହୋଇଯାଇଥିଲା  । କିନ୍ତୁ ସେ ଆଶା ଛାଡ଼ିନଥିଲେ  । ଆଜି ବ୍ରୋଞ୍ଜ ପଦକ ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି  । ମ୍ୟାଚରେ ସେ ପ୍ରତିପକ୍ଷକୁ କୌଣସି ସୁଯୋଗ ଦେଇନଥିଲେ  । ୮-୦ରେ ସେ ମ୍ୟାଚ ଜିଣି ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି କରିଛନ୍ତି  ।

ଚଳିତ ଅଲମ୍ପିକ ପୂର୍ବରୁ ବଜରଙ୍ଗ ଆହତ ହୋଇଥିଲେ  । ତଥାପିବି ସେ ହିମ୍ମତ ହାରିନଥିଲେ  । ବଜରଙ୍ଗଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲେବି ସେ ଚମତ୍କାର ଖେଳିଥିଲେ  ।