ସରକାରୀ ଚାକିରିଆଙ୍କ ୮ ଛୁଟି ମାଡ଼ ଖାଇବ

ସରକାରୀ ଚାକିରିଆଙ୍କ ୮ ଛୁଟି ମାଡ଼ ଖାଇବ

ସରକାରୀ ଚାକିରିଆଙ୍କ ୮ ଛୁଟି ମାଡ଼ ଖାଇବ
ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୦ ମସିହା ପାଇଁ ରାଜ୍ୟ ସରକାରଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଆଗୁଆ ଛୁଟି ତାଲିକା ଦେଖି ସରକାରୀ କର୍ମଚାରୀ ଖୁସି ହେବା ବଦଳରେ ଦୁଃଖୀ ହୋଇଯାଇଛନ୍ତି । କାରଣ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀଙ୍କର ମୋଟ ଛୁଟିରୁ ୮ଟି ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡ଼ୁଛି । ବର୍ଷକରେ ୮ଟା ଛୁଟି ମାଡ଼ ଖାଇ ଯାଉଥିବାରୁ ସମସ୍ତଙ୍କ ମନ ଦୁଃଖ । ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ, ପହିଲି ରଜ, ମହରମ, ନୂଆଖାଇ, ମହାନବମୀ ରବିବାର ପଡ଼ୁଥିବା ବେଳେ ଗଣେଶ ପୂଜା ଓ ମହାଷ୍ଟମୀ ଚତୁର୍ଥ ଶନିବାର ଏବଂ ଦୀପାବଳି/କାଳୀପୂଜା ଦ୍ୱିତୀୟ ଶନିବାର ପଡୁଛି । ସେହିପରି ବ୍ୟାଙ୍କ କର୍ମଚାରୀଙ୍କ ୪ଟି ଛୁଟି ରବିବାର ପଡ଼ିଯାଉଥିବାରୁ ସେମାନଙ୍କର ଅବସ୍ଥା ବି ସମାନ । ସରକାରଙ୍କ ପକ୍ଷରୁ ପ୍ରକାଶ ପାଉଥିବା ଛୁଟି ତାଲିକା ଅନୁଯାୟୀ ଏଥର ୨୭ଟି ଛୁଟି ଦିନ ରହିବ । ଏହା ବାଦ ୧୧ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଗୋଟିଏ ଛୁଟି ନେଇ ପାରିବାର ନିୟମ ଥିବା ବେଳେ ଏଥିରୁ ତିନିଟି ଛୁଟି ଛୁଟିଦିନରେ ପଡ଼ୁଛି । ବ୍ରାହ୍ମ ସମାଜ ପ୍ରତିଷ୍ଠା ଦିବସ ଚତୁର୍ଥ ଶନିବାର, ଇଷ୍ଟର ଶନିବାର ଦ୍ୱିତୀୟ ଶନିବାର ଏବଂ ରାଜା ମୋହନ ରାୟଙ୍କ ଜୟନ୍ତୀ ସାବିତ୍ରୀ ଅମାବାସ୍ୟାରେ ପଡୁଥିବାରୁ ଏଥିରେ ବେଶ୍ ଖୁସି ଭଳି ସୁଯୋଗ ବି ନାହିଁ । ଅପରପକ୍ଷେ ଚଳିତ ବର୍ଷ ରାଜ୍ୟ କର୍ମଚାରୀଙ୍କ ପାଇଁ ମୋଟ ୩୨ ଦିନ ଛୁଟି ଘୋଷଣା କରାଯାଇଥିବା ବେଳେ ସେଥିରେ ୭ଟି ଛୁଟି ରବିବାର ଓ ଦ୍ୱିତୀୟ ଶନିବାର ପଡ଼ିଥିଲା । ୨୦୨୦ରେ ସରକାରୀ କର୍ମଚାରୀମାନେ ଜାନୁଆରିରେ ୨ଟି, ଫେବୃଆରୀରେ ଗୋଟିଏ, ମାର୍ଚ୍ଚରେ ତିନିଟି, ଏପି୍ରଲରେ ୫ଟି, ମେ ୨ଟି ଜୁନ୍ରେ ୨ଟି ଛୁଟି ମିଳିବ । ଜୁଲାଇରେ କାର୍ଯ୍ୟଦିବସରେ କୌଣସି ଛୁଟି ନଥିବା ବେଳେ ଅଗଷ୍ଟରେ ୪ଟି ସେପ୍ଟେମ୍ବରରେ ଗୋଟିଏ, ଅକ୍ଟୋବରରେ ୫ଟି ନଭେମ୍ବର ଓ ଡିସେମ୍ବରରେ ଗୋଟିଏ ଲେଖାଏଁ ଛୁଟି କାର୍ଯ୍ୟଦିବସରେ ପଡ଼ୁଛି ।