କଟକ ଏସସିବିରେ ଟିକଟକ ମସ୍ତି

କଟକ ଏସସିବିରେ ଟିକଟକ ମସ୍ତି

କଟକ ଏସସିବିରେ ଟିକଟକ ମସ୍ତି
କଟକ: ମାଲକାନଗିରି ମେଡିକାଲରେ ଟିକଟକ ପରେ ଏହି ରୋଗ ଅନ୍ୟ ଡାକ୍ତରଖାନାକୁ ଡେଇଁଛି । ଏଥର ଭାଇରାଲ ହେଲା କଟକ ବଡ଼ ମେଡିକାଲ ଭିତର ଭିଡିଓ । ୩ ଜଣ ମହିଳା ଏସସିବି ୱାର୍ଡ ଭିତରେ ନାଚିବାର ଏକ ଭିଡିଓ ଭାଇରାଲ ହୋଇଛି । ୮ରୁ ଅଧିକ ଟିକଟକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସର୍ବତ୍ର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଟିକଟକ ଭିଡିଓ ନେଇ ଉକ୍ତ ଭିଡିଓରେ ଥିବା ଜଣେ ମହିଳାଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି ଯେ, ଭିଡିଓରେ ଥିବା ସମସ୍ତ ମହିଳା ଏକ ବେସରକାରୀ ସଂସ୍ଥା ପକ୍ଷରୁ ନିୟୋଜିତ ଥିଲେ । ଅଚିହ୍ନା ରୋଗୀଙ୍କ ସେବା ପାଇଁ ୩ ଜଣ ନିୟୋଜିତ ଥିଲେ । ଅସ୍ଥିଶଲ୍ୟ ବିଭାଗରେ କାର୍ଯ୍ୟ କଲାବେଳେ ଟିକଟକ ସୁଟିଂ କରିଥିଲେ । ତେବେ ଭିଡିଓ ବିଷୟରେ ସେ କିଛି ଜାଣିନଥିବା ସମ୍ପୃକ୍ତ ମହିଳ ଜଣକ କହିଛନ୍ତି । ଅନ୍ୟପକ୍ଷରେ ଏନେଇ ଏସସିବି ଅଧୀକ୍ଷକ ଡାକ୍ତର ସିବିକେ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ମୁଁ ଜାଣିନାହିଁ । ଏନେଇ ଅନୁଧ୍ୟାନ କରିବି ବୋଲି ସେ କହିଛନ୍ତି ।