ରୁଲିଂ ଦେଲେ ବାଚସ୍ପତି

ରୁଲିଂ ଦେଲେ ବାଚସ୍ପତି

ରୁଲିଂ ଦେଲେ ବାଚସ୍ପତି
ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ଉଠିଛି । ଏହି ପ୍ରସଙ୍ଗକୁ କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଉଠାଇବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଶ୍ରୀ ମିଶ୍ର କହିଥିଲେ ଯେ, ରାଜ୍ୟରେ ଦୁଷ୍କର୍ମ ଜନିତ ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଗଲାଣି । ପୁରୀରେ ୧୦ ହଜାର ପୁଲିସ ଥାଇ ଜଣେ ନାବାଳିକାକୁ ଦୁଷ୍କର୍ମ କରାଗଲା । ରାଜ୍ୟ ସରକାର ଅପରାଧୀଙ୍କ ଦୟାରେ ଓଡ଼ିଶାକୁ ଛାଡ଼ି ଦେଇଛନ୍ତି । ରାଜ୍ୟରେ ଦୈନିକ ୭ଟି ଦୁଷ୍କର୍ମ ହେଉଛି । ତେବେ ବର୍ଷକୁ ୬ଜଣ ଦଣ୍ଡିତ ହେଉଛନ୍ତି । ଅନ୍ୟପକ୍ଷରେ ସରୀକାରୀ ଓକିଲ ପଦବୀ ଫାଙ୍କା ପଡ଼ିଛି । ଯାହା ଫଳରେ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେଉନାହିଁ । ତେବେ ନିରସିଂହ ମିଶ୍ରଙ୍କ ଏଭଳି ଅଭିଯୋଗ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ସରକାରୀ ଓକିଲ ପଦବୀ ପୂରଣ ଦେଇ ଶ୍ରୀ ପାତ୍ର ରୁଲିଂ ଦେଇଛନ୍ତି । ପଦବୀ ପୂରଣ ନେଇ ବିଭାଗୀୟ ମନ୍ତ୍ରୀ ପଦକ୍ଷେପ ନେବାକୁ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଛନ୍ତି ।