ଭିନ୍ନକ୍ଷମ ଓ ଭିକାରୀ ଚିହ୍ନଟ ପାଇଁ ଆସିବ ମୋବାଇଲ୍ ଆପ୍

ଭିନ୍ନକ୍ଷମ ଓ ଭିକାରୀ ଚିହ୍ନଟ ପାଇଁ ଆସିବ ମୋବାଇଲ୍ ଆପ୍

ଭିନ୍ନକ୍ଷମ ଓ ଭିକାରୀ ଚିହ୍ନଟ ପାଇଁ ଆସିବ ମୋବାଇଲ୍ ଆପ୍
ଭୁବନେଶ୍ୱର : ରାଜ୍ୟରେ କେତେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ବିଧବା, ତୃତୀୟ ଲିଙ୍ଗୀ, ଭିକାରୀ, ଅବହେଳିତ ଲୋକ ଅଛନ୍ତି, ତା’ର ସର୍ଭେ ହେବ । ଏଥିପାଇଁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିବ । ଏହି ଆପରେ ହିତାଧିକାରୀ ସେମାନଙ୍କ ଅଭିଯୋଗ ଓ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଁ ଆବେଦନ କରିପାରିବେ । ଏହା ସହ ବିଭାଗୀୟ ଅଧିକାରୀମାନେ ଏହା ଉପରେ କଣ ପଦକ୍ଷେପ ନେଲେ, ତାର ତଥ୍ୟ ବି ସେମାନେ ଏହି ଆପ୍ ମାଧ୍ୟମରେ ଜଣାଇବେ । ଏହି ଆପ୍ ବିଭାଗ ଓ ଉପଭୋକ୍ତା ମଧ୍ୟରେ ଥିବା ତଥ୍ୟର ଆଦାନ ପ୍ରଦାନ ପାଇଁ ବ୍ୟବହାର ହେବ । ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମରେ ଏହି ମୋବାଇଲ୍ ଆପ୍ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।