ମୋଦୀଙ୍କ ଇଂରାଜୀକୁ ପ୍ରଶଂସା କଲେ ଟ୍ରମ୍ପ

ମୋଦୀଙ୍କ ଇଂରାଜୀକୁ ପ୍ରଶଂସା କଲେ ଟ୍ରମ୍ପ

ମୋଦୀଙ୍କ ଇଂରାଜୀକୁ ପ୍ରଶଂସା କଲେ ଟ୍ରମ୍ପ
ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ରହିଥିବା ପ୍ରଗାଢ଼ ବନ୍ଧୁତାର ପରିଚୟ ଆଜି ଗଣମାଧ୍ୟମ ସମ୍ମୁଖରେ ଦେଖିବାକୁ ମିଳିଥିଲା । କଶ୍ମୀର ସମେତ ଅନ୍ୟ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ବେଳେ ହଠାତ ଟ୍ରମ୍ପ ମୋଦିଙ୍କ ହାତ ଉପରେ ହାତ ରଖି ତାଙ୍କର ଇଂରାଜୀ ଜ୍ଞାନ ବହୁତ ଭଲ ବୋଲି କହିଥିଲେ । ମୋଦି ମଧ୍ୟ ଟ୍ରମ୍ପଙ୍କ ହାତକୁ ଧରି ଅନ୍ୟ ହାତରେ ଥାପୁଡ଼ାଇ ଥିଲେ । ଏହାକୁ ନେଇ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା ।