ଶ୍ରୀଲିଙ୍ଗରାଙ୍କ ନୀତିକାନ୍ତି ବନ୍ଦ

ଶ୍ରୀଲିଙ୍ଗରାଙ୍କ ନୀତିକାନ୍ତି ବନ୍ଦ

ଶ୍ରୀଲିଙ୍ଗରାଙ୍କ ନୀତିକାନ୍ତି ବନ୍ଦ
ଭୁବନେଶ୍ବର: ରାଜଧାନୀର ପ୍ରସିଦ୍ଧ ଶୈବପୀଠ ମହାପ୍ରଭୁ ଶ୍ରୀଲିଙ୍ଗରାଙ୍କ ମନ୍ଦିରରେ ଦୁଇଦିନ ହେଲା ଅଚଳାଅବସ୍ଥା ସୃଷ୍ଟି ହୋଇଛି। ନିଯୋଗ ଗୁଡ଼ିକ ମଧ୍ୟରେ ବିବାଦ କାରଣରୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି। ଗତ କାଲି ନୀତିକାନ୍ତି ବନ୍ଦ ରହିବାରୁ ମହାପ୍ରଭୁ ଉପବାସରେ ରହିଥିଲେ। ଆଜି ମଧ୍ୟ ନୀତିକାନ୍ତି ହୋଇପାରି ନାହିଁ। ଫଳରେ କ୍ରମାଗତ ୨ୟ ଦିନ ପାଇଁ ପ୍ରଭୁ ଶ୍ରୀଲିଙ୍ଗରାଜ ଉପବାସରେ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠ ଗଙ୍ଗୁଆ ନଦୀ କୂଳରେ ବଡ଼ୁ ନିରୋଗର ନିର୍ମାଣକୁ ବିରୋଧ କରି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଠାକୁରଙ୍କ ନୀତିକାନ୍ତିରେ ଅସହଯୋଗ କରିଛନ୍ତି। ତେଣୁ ଦୁଇଦିନ ହେଲା ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି। ତେବେ ସମସ୍ୟାର ସମାଧାନ ଲାଗି ମନ୍ଦିର ପରିଚାଳନା କମିଟି ବୈଠକ ଡକାଇନ୍ତି ବୋଲି ମନ୍ଦିର ପରିଚାଳନା ଅଧିକାରୀ ପ୍ରତୀପ ସାହୁ କହିଛନ୍ତି। ଆଜି ବଡୁ, ବ୍ରାହ୍ମଣ ଏବଂ ପୂଜାପଣ୍ଡା ନିଯୋଗଙ୍କୁ ନେଇ ବୈଠକ ବସିବ ବୋଲି ସେ କହିଛନ୍ତି।