କାଲି ସକାଳେ ଘରୁ ବାହାରନ୍ତୁ ନାହିଁ

କାଲି ସକାଳେ ଘରୁ ବାହାରନ୍ତୁ ନାହିଁ

କାଲି ସକାଳେ ଘରୁ ବାହାରନ୍ତୁ ନାହିଁ
ଭୁବନେଶ୍ୱର : ବାତ୍ୟା ଫୋନି ପାଇଁ ସତର୍କ ସୂଚନା ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଜାରି କରାଯାଇଛି । ବାତ୍ୟା ସମୟରେ ଘରୁ କେହି ବାହାରକୁ ବାହାନ୍ତୁ ନାହିଁ । ଯାହାର କଚା ଘର ରହିଛି ସେମାନେ ବାତ୍ୟାଶ୍ରୟ ବା ସ୍କୁଲ ଗୃହରେ ଆଶ୍ରୟ ନେଇ ପାରିବେ । କାଲି ସକାଳ ପ୍ରାୟ ୧୦ଟା ବେଳେ ବାତ୍ୟା ଫୋନି ଉପକୂଳ ଦେଇ ଅତିକ୍ରମ କରିବ । କାଲି ସକାଳୁ କେହି ଜନସାଧାରଣ ଘରୁ ବାହାରକୁ ବାହାରନ୍ତୁ ନାହିଁ । ବାତ୍ୟା ହେଉଥିବା ବେଳେ ଦୋକାନ, ବଜାର, ଗାଡି ମଟର ଚଳାଚଳ ସବୁ ବନ୍ଦ ରଖନ୍ତୁ । ବାତ୍ୟା ନସରିବା ଯାଏ ସମସ୍ତ ସୁରକ୍ଷିତ ଭାବରେ ଘର ଭିତରେ ରୁହନ୍ତୁ ।