IDBI ବ୍ୟାଙ୍କ ପାଇଁ 9 ହଜାର କୋଟି ଟଙ୍କାର ବେଲଆଉଟ ପ୍ୟାକେଜ

IDBI ବ୍ୟାଙ୍କ ପାଇଁ 9 ହଜାର କୋଟି ଟଙ୍କାର ବେଲଆଉଟ ପ୍ୟାକେଜ

IDBI ବ୍ୟାଙ୍କ ପାଇଁ 9 ହଜାର କୋଟି ଟଙ୍କାର ବେଲଆଉଟ ପ୍ୟାକେଜ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏଲଆଇସି ସହ ମିଶି ଆଇଡିବିଆଇ ବ୍ୟାଙ୍କକୁ 9 ହଜାର କୋଟି ଟଙ୍କାର ପୁଞ୍ଜି ଦେବା ନେଇ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ମୋଦୀ କ୍ୟାବିନେଟ ଏହା ଉପରେ ମୋହର ମାରିଛନ୍ତି । ସରକାରଙ୍କ ଏହି ନିଷ୍ପତି ପରେ ଭାରତୀୟ ଜୀବନ ବୀମା ନିଗମର ମାଲିକାନାରେ ଥିବା ଏହି ବ୍ୟାଙ୍କର ଋଣ ଦେବା କ୍ଷମତା ବୃଦ୍ଧି ହେବ । ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି ଯେ ଆଇଡିବିଆଇ ବ୍ୟାଙ୍କରେ ପୁନଃ ପୁଞ୍ଜିକରଣ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ଏକା ଥରକେ ସରକାର ଏବଂ ଏଲଆଇସି ଦୁହେଁ ପୁଞ୍ଜି ନିବେଶ କରିବେ । ଏହାଦ୍ୱାରା ଆଇଡିବିଆଇ ଏବଂ ଏଲଆଇସି ଉଭୟ ଲାଭାନ୍ୱିତ ହେବେ । କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ 9 ହଜାର କୋଟି ଟଙ୍କାରୁ 4,557 କୋଟି ଟଙ୍କା ସରକାର ଦେବେ, ଅନ୍ୟପଟେ 4,700 କୋଟି ଟଙ୍କା ଏଲଆଇସି ପକ୍ଷରୁ ଦିଆଯିବ ।