ହାର୍ଦ୍ଦିକ ପଟେଲ ନିର୍ବାଚନ ଲଢିପାରିବେନି

ହାର୍ଦ୍ଦିକ ପଟେଲ ନିର୍ବାଚନ ଲଢିପାରିବେନି

ହାର୍ଦ୍ଦିକ ପଟେଲ ନିର୍ବାଚନ ଲଢିପାରିବେନି
ଅହମ୍ମଦାବାଦ:କଂଗ୍ରେସ ନେତା ତଥା ଗୁଜୁରାଟ ପଟିଦାର ଆନ୍ଦୋଳନର ମଙ୍ଗ ଧରିଥବା ହାର୍ଦ୍ଦିକ ପଟେଲ ଆଗାମୀ ଲୋକସଭା ନିର୍ବାଚନ ଲଢିପାରିବେନି । ୨୦୧୫ରେ ହୋଇଥିବା ମେହସାଣା ଦଙ୍ଗା ନିମନ୍ତେ ତାଙ୍କୁ ମିଳିଥିବା ୨ ବର୍ଷର ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଗୁଜୁରାଟ ହାଇକୋର୍ଟ ଆଜି ମନା କରିଦେଇଛନ୍ତି । ଏଣୁ ଜନ ପ୍ରତିନିଧି ନିୟମ ୧୯୫୧ ଅନୁଯାୟୀ ସେ ନିର୍ବାଚନ ଲଢିବାକୁ ଅସମର୍ଥ ବୋଲି ଘୋଷଣା କରାଯାଇଛି । ଲୋକସଭା ନିର୍ବାଚନ ଲଢିବା ନିମନ୍ତେ ତାଙ୍କୁ ମିଳିଥିବା ଦଣ୍ଡ କୋହଳ କରିବା ପାଇଁ ହାର୍ଦ୍ଦିକ ହାଇକୋର୍ଟରେ ଆପିଲ କରିଥିଲେ । କିନ୍ତୁ ହାଇକୋର୍ଟ ତାଙ୍କର ଏହି ଆପିଲକୁ ଅଗ୍ରାହ୍ୟ କରିଦେଇଛନ୍ତି । ଯଦିଓ ବର୍ତମାନ ହାର୍ଦ୍ଦିକଙ୍କ ପାଇଁ ସୁପ୍ରିମକୋର୍ଟର ବାଟ ଖୋଲା ରହିଛି । କିନ୍ତୁ ସେ ଏନେଇ ପଦକ୍ଷେପ ନେଉଛନ୍ତି କି ନାହିଁ ତାହା ବର୍ତମାନ ଦ୍ୱନ୍ଦ୍ୱରେ ଅଛି । ଉଲ୍ଲେଖଯୋଗ୍ୟ, ୨୦୧୫ ଜୁଲାଇ ୨୩ ତାରିଖରେ ହାର୍ଦ୍ଦିକ ଏବଂ ତାଙ୍କର ଦୁଇ ସହଯୋଗୀ ମେହସାଣାସ୍ଥିତ ବିଜେପି ବିଧାୟକ ହୃଷୀକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ହାର୍ଦ୍ଦିକ ଏବଂ ତାଙ୍କ ସହଯୋଗୀଙ୍କୁ ୨ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଥିଲା ।