ଆଜି ଗାନ୍ଧିନଗରରେ ନାମାଙ୍କନ ଦାଖଲ କରିବେ ଅମିତ ଶାହା
ଆଜି ଗାନ୍ଧିନଗରରେ ନାମାଙ୍କନ ଦାଖଲ କରିବେ ଅମିତ ଶାହା
admin
Mar 30, 2019 - 06:28
Updated: Mar 30, 2019 - 06:28
ନୂଆଦିଲ୍ଲୀ: ଆଜି ନାମାଙ୍କନ ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଡଭାନୀଙ୍କ ଗଡରେ ଲଢେଇ ଆଗରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ଅମିତ ଶାହା । ଆଜି ଗାନ୍ଧିନଗର ଲୋକସଭା ଆସନରେ ନାମାଙ୍କନ କରିବେ ବିଜେପି ଚାଣକ୍ୟ। ଏଥିପାଇଁ ଶାହା ବିଶାଳ ରୋଡ୍ ‘ସୋ’ କରୁଛନ୍ତି । ଏହି ରୋଡ୍ ସୋ ଅହମ୍ମଦାବାଦରୁ ଗାନ୍ଧିନଗର ପଟିଦାରଚୌକ୍ ୪ କିଲୋମିଟର ଯାଏଁ ରହିବ । ଏହି ଅବସରରେ ଅହମ୍ମଦାବାଦରେ ବିଶାଳ ଜନସଭାକୁ ଶାହା ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ନାମାଙ୍କନ ଦାଖଲ ସମୟରେ କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ସିଂହ ଏବଂ ନିତିନ୍ ଗଡକରୀ ,ଶିବସେନା ପ୍ରମୁଖ ଉଦ୍ଧବ ଠାକରେ, ଶିରୋମଣି ଅକାଳୀ ଦଳର ସୁପ୍ରିମୋ ପ୍ରକାଶ ସିଂହ ବାଦଲ ଏବଂ ଲୋଜପାର ସଂସ୍ଥାପକ ରାମବିଳାସ ପାସଓ୍ବାନଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ରହିବେ । ବିଜେପି ସହଯୋଗୀ ଦଳର ନେତା ରାଜନାଥ ସିଂହ ଏବଂ ନୀତିନ ଗଡକରୀ ଭଳି କେନ୍ଦ୍ରୀୟ ମନ୍ତ୍ରୀ ଉପସ୍ଥିତ ରହିବେ ।
ଗାନ୍ଧିନଗର ସିଟ୍ ରେ ଚଳିତ ବର୍ଷ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ଅମିତ ଶାହା ନିର୍ବାଚନ ଲଢିବେ । ଆଡଭାନୀ ୧୯୯୮ରେ ସିଟ୍ ର ପ୍ରତିନିଧିତ୍ବ କରିଥିଲେ । ବର୍ତ୍ତମାନ ଅମିତ ଶାହା ଗୁଜୁରାଟରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ଗୁଜୁରାଟରେ ୨୬ ସିଟ୍ ପାଇଁ ୨୩ ଏପ୍ରିଲକୁ ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ୪ ଏପ୍ରିଲ ରହିଛି ।