ବିଜେପୁର ଉପନିର୍ବାଚନ : ରୀତା ସାହୁ ବିଜୟୀ !

ବିଜେପୁର ଉପନିର୍ବାଚନ : ରୀତା ସାହୁ ବିଜୟୀ !

ବିଜେପୁର ଉପନିର୍ବାଚନ : ରୀତା ସାହୁ ବିଜୟୀ !
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ବିଧିବଦ୍ଧଭାବେ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ ସେ ବିଜୟ ସଂଖ୍ୟା ହାସଲ କରି ସାରିଛନ୍ତି । ପ୍ରତି ରାଉଣ୍ଡରେ ବହୁ ଭୋଟରେ ଆଗକୁ ବଢୁଥିବା ରୀତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ ବ୍ୟବଧାନକୁ ମଧ୍ୟ ବଳିଯାଇଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଏଯାବତ ୧,୩୮, ୭୭୬ ଭୋଟ ଗଣତି ସରିଛି । ଏଥିମଧ୍ୟରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୧୦୩୩୧୮ ଖଣ୍ଡ ଭୋଟ ପାଇସାରିଛନ୍ତି । ଅର୍ଥାତ ଏଯାବତ ଗଣତି ହୋଇଥିବା ଭୋଟ ମଧ୍ୟରୁ ସେ ୭୪.୪୫% ଭୋଟ ପାଇସାରିଛନ୍ତି । ଯେତେବେଳେ କି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୦.୨୩% ଅର୍ଥାତ ୨୮ ହଜାର ୦୭୧ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମାତ୍ର ୪୨୮୭ ଭୋଟ ପାଇଥିବାବେଳେ ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରାର୍ଥୀ ଅଶୋକ କୁମାର ମିତ୍ତଲ ୮୬୯ ଖଣ୍ଡ ଭୋଟ ପାଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ୭୦୩ ଖଣ୍ଡ ପାଇଥିବାବେଳେ ନୋଟାରେ ୧୫୨୮ ଭୋଟ ପଡ଼ିଛି । ଏହି ଉପନିର୍ବାଚନରେ ୭୯% ମତଦାତା ନିଜର ମତ ସାବ୍ୟସ୍ତ କରିଥିଲେ । ଆଉ ପ୍ରାୟ 50 ହଜାର ଭୋଟ ଗଣତି ବାକି ରହିଥିବାବେଳେ ରୀତା 75 ହଜାର ବ୍ୟବଧାନରେ ଆଗରେ ରହିଛନ୍ତି । ଅପରପକ୍ଷରେ ରୀତା ସାହୁ ବିଜୟୀ ହୋଇଥିବାରୁ ତାଙ୍କର ସମର୍ଥକ ଓ ବିଜେଡି ନେତାମାନେ ବିଜୟ ଉତ୍ସବ ଆରମ୍ଭ କରିଦେଇଛନ୍ତି । ବିଜେଡିର ଅଭୂତପୂର୍ବ ସଫଳତା ଉଭୟ ବିଜେପି ଓ କଂଗ୍ରେସ ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି ।