ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡା ଗସ୍ତ

ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡା ଗସ୍ତ

ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡା ଗସ୍ତ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡା ଗସ୍ତ । କେନ୍ଦ୍ରାପଡାରେ ବିଶାଳ ମିଶନ ଶକ୍ତି ମହାସମାବେଶ କରିବେ । ନବୀନ କେନ୍ଦ୍ରାପଡା ବ୍ଲକର ବାରୋ ସିଦ୍ଧମଠ ପଡ଼ିଆରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୪୫ରେ ସଭାସ୍ଥଳରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି । ଏହି ସମାବେଶରେ ଲକ୍ଷାଧିକ ମହିଳା ଯୋଗ ଦେବାର ମଧ୍ୟ କାର୍ୟ୍ୟକ୍ରମ ରହିଛି ।ଆଜି ମହିଳା ଏସଏଚଜି ଗ୍ରୁପମାନଙ୍କୁ ସିଡ୍ ମନି ସମେତ ମୋବାଇଲ ପ୍ରଦାନ କରିବା କାର୍ୟ୍ୟକ୍ରମ ରହିଛି । ବିଜେଡିର ଗଡ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଏହି ଆସନ ଏବେ ବିଜେଡି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।