ଅଚଳ ନୁହେଁ କୌଣସି କଏନ

ଅଚଳ ନୁହେଁ କୌଣସି କଏନ

 ଅଚଳ ନୁହେଁ କୌଣସି କଏନ
ବିମୁଦ୍ରାକରଣକୁ ପାଖାପାଖି ୨ ବର୍ଷ ବିତିଲାଣି, ହେଲେ ଆଜି ବି ବଜାରରେ କଏନ ଗ୍ରହଣକୁ ନେଇ ଅରାଜକତା ଦେଖାଦେଇଛି । କେଉଁଠି ୧୦ ଟଙ୍କିଆ କଏନ ଅଚଳ ହୋଇଗଲାଣି ତ ପୁଣି କେଉଁଠି ୧ ଟଙ୍କିଆ ବାଲା ଛୋଟିଆ କଏନ ଲୋକେ ନେବାକୁ ରୋକଠୋକ୍ ମନା କରିଦେଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟାଙ୍କକୁ ବି ଅନେକ ଗାଇଡନାଇନ୍ ଜାରି କରାଯିବା ସତ୍ୱେ ବି ଲୋକେ ତାଙ୍କୁ ଗ୍ରହଣ କରିବାକୁ ପୂରା ଅମଙ୍ଗ । ସରକାରଙ୍କ କହିବା କଥା ହେଲା ସମସ୍ତ ପ୍ରଚଳିତ କଏନ ବୈଧ ଅଟେ । କିନ୍ତୁ ଏବେବି ଲୋକେ ଏହାକୁ ମାନିବାକୁ ସଂପୂର୍ଣ୍ଣ ନାରାଜ । ଓଡିଶାରୁ ଆରମ୍ଭ କରି ଦେଶର ଅଧିକାଂଶ ରାଜ୍ୟରେ କଏନକୁ ନେଇ ଏବେ ଅନେକ ଅନିଶ୍ଚିତତା ଦେଖିବାକୁ ମିଳୁଛି ।