ସ୍କୁଲ ଭିତରେ ମଦୁଆ ଶିକ୍ଷକ

ସ୍କୁଲ ଭିତରେ ମଦୁଆ ଶିକ୍ଷକ

ସ୍କୁଲ ଭିତରେ ମଦୁଆ ଶିକ୍ଷକ
ନୂଆପଡା : ହାତୀସରା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ମାତାଲ ହୋଇ ଜଣେ ଶିକ୍ଷକ ଅଭାବନୀୟକାଣ୍ଡ ଘଟାଇଛନ୍ତି । ଶିକ୍ଷକଙ୍କ ଆକ୍ରମଣରେ ସିଆରସିସି ,ଜଣେ ଶିକ୍ଷକ ଏବଂ ୩ ଜଣ ଛାତ୍ର ଆହତ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ଉତେଜନା ଦେଖାଯାଇଛି । ନୂଆପଡା ଜିଲ୍ଲା ହାତୀସରା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ମଦ ପିଇ ସ୍ଳୁଲରେ କାଣ୍ଡ ଘଟାଇଛନ୍ତି । ସେ ଏତେ ମାତ୍ରାରେ ମଦ୍ୟପାନ କରିଥିଲେ ଯେ ସେ ହିତାହିତ ଜ୍ଞାନ ଭୁଲି ସହକର୍ମୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହାଁନ୍ତି । ତାଙ୍କ ଆକ୍ରମଣରେ ସିଆରସିସିଙ୍କ ସମେତ ଜଣେ ଶିକ୍ଷକ ଏବଂ ୩ ଜଣ ଛାତ୍ର ଆହତ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି । ବର୍ତମାନ ପୋଲିସ ସହ ଶିକ୍ଷା ବିଭାଗ ଅଧିକାରୀ ଆସି ବିଦ୍ୟାଳୟରେ ତଦନ୍ତ କରୁଛନ୍ତି ।