ସାନଭାଇକୁ ହତ୍ୟା କଲା ବଡ଼ଭାଇ

ସାନଭାଇକୁ ହତ୍ୟା କଲା ବଡ଼ଭାଇ

ସାନଭାଇକୁ ହତ୍ୟା କଲା ବଡ଼ଭାଇ
କୁଚିଣ୍ଡା : ଆଜି ମହୁଲିପାଲି ଥାନା ଅନ୍ତର୍ଗତ କୁର୍ମିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡୁଛି ଯେ ଘରଡ଼ିହ ଭାଗବଣ୍ଟାକୁ କେନ୍ଦ୍ର କରି ବଚସାରୁ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ବଡ଼ଭାଇକୁ ଥାନାରେ ଅଟକ ରଖି ପଚାରାଉଚରା କରୁଛି।