ସଡ଼କ ଦୁର୍ଘଟଣାରେ ଅଧ୍ୟାପକ ମୃତ

ସଡ଼କ ଦୁର୍ଘଟଣାରେ ଅଧ୍ୟାପକ ମୃତ

ସଡ଼କ ଦୁର୍ଘଟଣାରେ ଅଧ୍ୟାପକ ମୃତ
ବରଗଡ଼ : ବରଗଡ଼ ଜିଲା ପାଇକମାଲ ଅଞ୍ଚଳରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଧବଳେଶ୍ୱର ସାହୁ (୩୦)ଙ୍କ ମୃତ୍ୟୁ ହୋଇଛି। ସେ ଏକ ଘରୋଇ କଲେଜର ଅଧ୍ୟାପକ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଧବଳେଶ୍ୱର ସାହୁ ନିଜ କଲେଜକୁ ଯିବା ପାଇଁ ରାସ୍ତା କଡ଼ରେ ଅପେକ୍ଷା କରିଥିବା ସମୟରେ ତାଙ୍କୁ ଏକ ଘରୋଇ ବସ ଧକ୍କା ଦେଇଥିଲା। ତୁରନ୍ତ ଧବଳେଶ୍ୱରଙ୍କୁ ଉଦ୍ଧାର କରି ପଦ୍ମପୁର ଡ଼ାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ବସଟିକୁ ପାଇକମାଲ ଥାନାରେ ଅଟକ ରଖାଯାଇଛି। ଧବଳେଶ୍ୱର ଏକ ବର୍ଷ ତଳେ ବିବାହ କରିଥିଲେ ଓ ତାଙ୍କର ଏକ ଛୋଟ ଝିଅ ଅଛି। ସେ ମାନଡ଼ୋଶୀଳ +୩ କଲେଜରେ ଇଂରାଜୀ ଅଧ୍ୟାପକ ଥିବାବେଳେ ଏସ ଏସ ବି ଦ୍ୱାରା ମନୋନୀତ ହୋଇ ଇତିମଧ୍ୟରେ ସରକାରୀ କାର୍ୟ୍ୟରେ ଯୋଗଦାନ କରିବାର ଥିଲା।