ବେଆଇନ ମାଟି ଚାଲାଣ : ୬ ଗାଡ଼ି ଜବତ

ବେଆଇନ ମାଟି ଚାଲାଣ : ୬ ଗାଡ଼ି ଜବତ

ବେଆଇନ ମାଟି ଚାଲାଣ : ୬ ଗାଡ଼ି ଜବତ
ଭୁବନେଶ୍ୱର: ବାଲେଶ୍ୱର ଜିଲା ରେମୁଣା ଗୁଡ଼ୁଦା ପଞ୍ଚାୟତ ଶିଳସୁଆଁ ଗାଁରୁ ବେଆଇନ ଭାବେ ମାଟି ଚାଲାଣ ଅଭିଯୋଗରେ ୬ଟି ଗାଡ଼ି ଜବତ ହୋଇଛି। ୬ଟି ଗାଡ଼ି ମଧ୍ୟରେ ୫ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱରରୁ ବାହାର ଅଞ୍ଚଳକୁ ଜେସିବି ଓ ଟ୍ରାକ୍ଟରରେ ମାଟି ଚାଲାଣ ହେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ନଜରରେ ଏହା ଆସିଥିଲା। ଏହି ସମସ୍ତ ଗାଡ଼ିକୁ ଅଟକାଇ ସ୍ଥାନୀୟ ଲୋକେ ପୁଲିସ ଜିମା ଦେଇଥିବା ସୂଚନା ମିଳିଛି।