ବେଆଇନ ପାର୍କିଂ ପାଇଁ ସ୍କ୍ୱାର୍ଡ

ବେଆଇନ ପାର୍କିଂ ପାଇଁ ସ୍କ୍ୱାର୍ଡ

ବେଆଇନ ପାର୍କିଂ ପାଇଁ ସ୍କ୍ୱାର୍ଡ
ଭୁବନେଶ୍ୱର: ଏଣିକି ରାସ୍ତା କଡ଼କରେ ବେଆଇନ ପାର୍କିଂ କରୁଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି । କାରଣ ବେଆଇନ ପାର୍କିଂ ଉପରେ ଲଗାମ ଲଗାଇବା ପାଇଁ ସ୍କ୍ୱାର୍ଡ ଗଠନ ହେବ । ସଫିଂ ମଲ ଓ ରାସ୍ତା କଡ଼ରେ ବେଆଇନ ପାର୍କିଂ ରୋକିବାକୁ ସ୍ୱତନ୍ତ୍ରଭାବେ ସ୍କ୍ୱାର୍ଡ ଗଠନ ହେବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ନିଜସ୍ୱ ପାର୍କିଂ ପ୍ଲେସ ଥିବା ସପିଂ ମଲ ପାର୍କିଂ ଫି ଆଦାୟ କରିପାରିବେନି । ପାର୍କିଂ ପାଇଁ ମଲ ବାହାରେ ଜାଗା ଥିଲେ ବି ମଲ ପାର୍କିଂ ଫି ନେବେନି । ବାହାରେ ପାର୍କିଂ ଉଦ୍ଧିଷ୍ଟ ଜାଗାରେ ପାର୍କିଂ କଲେ ବିଏମସି ଫି ନେବ ବୋଲି ସେ କହିଛନ୍ତି ।