ନିଜକୁ ମାଫ କଲେନି କେଜ୍ରିୱାଲ
ନିଜକୁ ମାଫ କଲେନି କେଜ୍ରିୱାଲ
admin
Oct 17, 2019 - 08:37
Updated: Oct 17, 2019 - 08:37
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ପୁଣି ଥରେ ଅଡ-ଇଭିନ ଫର୍ମୁଲା ଚାଲିବ । ବାୟୂ ପ୍ରଦୂଷଣ ରୋକିବାକୁ ପୁଣି ଅଡ-ଇଭିନ ଫର୍ମୁଲା ଚାଲିବ । ତେବେ ଭଭିଆଇପି, ଜରୁରୀ ସେବା ପାଇଁ ଅଡ-ଇଭିନ ଫର୍ମୁଲା କୋହଳ ହେବ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ବାଚସ୍ପତିଙ୍କ ପାଇଁ ଏହି ଫର୍ମୁଲାକୁ କୋହଳ କରାଯାଇଛି । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ବିରୋଧୀ ଦଳ ନେତାଙ୍କ ପାଇଁ ମଧ୍ୟ କୋହଳ କରାଯାଇଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବି କୋହଳ କରାଯାଇଛି ।
ସବୁ ଠାରୁ ବଡ଼ କଥା ହେଲା ଯେ, ସବୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହି ଫର୍ମୁଲାକୁ କୋହଳ କଲେ ବି କେଜ୍ରିୱାଲ ନିଜ ପାଇଁ ଏହାକୁ କୋହଳ କରିନାହାନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ପାଇଁ ଅଡ ଇଭିନ କୋହଳ ହେବନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।