ନିତୀଶଙ୍କ ନୂଆ ମନ୍ତ୍ରୀମଣ୍ଡଳ

ନିତୀଶଙ୍କ ନୂଆ ମନ୍ତ୍ରୀମଣ୍ଡଳ

ନିତୀଶଙ୍କ ନୂଆ ମନ୍ତ୍ରୀମଣ୍ଡଳ
ପାଟନା: ଆଜି ବିହାର ମୁଖ୍ୟ ମନ୍ତ୍ରୀ ନିତୀଶ କୁମାର ନିଜ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି । ପୂର୍ବରୁ ମନ୍ତ୍ରୀମାନେ ଲୋକସଭା ନିର୍ବାଚନରେ ଲଢି ସାଂସଦ ହୋଇଛନ୍ତି । ମନ୍ତ୍ରୀମାନେ ସାଂସଦ ହେବା ଫଳରେ ମନ୍ତ୍ରୀ ପଦ ଖାଲି ପଡିଥିଲା । ୮ଟି ମନ୍ତ୍ରୀପଦ ଖାଲି ପଡିଥିଲା । ମୁଖ୍ୟମନ୍ତ୍ରୀ ନିଜ ଦଳର ୮ ଜଣ ବିଧାୟକଙ୍କୁ ମନ୍ତ୍ରୀ କରିଛନ୍ତି । ଏମାନଙ୍କ ମଧ୍ୟରେ ନରେନ୍ଦ୍ର ନାରାୟଣ ଯାଦବ,ସଂୟମ ରଜକ, ଅଶୋକ ଚୌଧୁରୀ, ବିମା ଭାରତୀ, ସଂଜୟ ଝା, ରାମସେବକ ସହି, ନୀରଜ କୁମାର ଏବଂ ଲକ୍ଷେ୍ମଶ୍ୱର ରାୟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । ଆଜି ଦିନ ୧୧.୩୦ ରାଜ ଭବନରେ ଶପଥ ପାଠ କରିଥିଲେ । ରାଜ୍ୟପାଳ ଲାଲଜୀ ଟଣ୍ଡନ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । କୁହାଯାଇଛି କେନ୍ଦ୍ରର ମୋଦି ସରକାରରେ ଜେଡିୟୁରୁ କେହି ମନ୍ତ୍ରୀ ହୋଇ ନଥିବାରୁ ରାଜ୍ୟରେ ବିଜେପିକୁ କାହାକୁ ମନ୍ତ୍ରୀପଦ ଦିଆଯାଇ ନାହିଁ । ନୀତିଶ କୁମାର ଚାହୁଁଥିଲେ ନିଜର ୩ ସାଂସଦ କେନ୍ଦ୍ରରେ ମନ୍ତ୍ରୀ ହୁଅନ୍ତୁ ବୋଲି ହେଲେ ଗୋଟିଏ ମନ୍ତ୍ରୀ ପଦ ମିଳୁଥିବାରୁ ନୀତିଶ ମନା କରିଦେଇଥିଲେ । ନୀତିଶ କୁମାରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କେହି ବିଜେପି ନେତା ନାହାନ୍ତି ।