ଫଣି ପାଇଁ ୧୩ କୋଟିରୁ ଅଧିକ ହସ୍ତାନ୍ତର: ଏସବିଆଇ ଜେନେରାଲ

ଫଣି ପାଇଁ ୧୩ କୋଟିରୁ ଅଧିକ ହସ୍ତାନ୍ତର: ଏସବିଆଇ ଜେନେରାଲ

ଫଣି ପାଇଁ ୧୩ କୋଟିରୁ ଅଧିକ ହସ୍ତାନ୍ତର: ଏସବିଆଇ ଜେନେରାଲ
ଭୁବନେଶ୍ୱର: ଫଣି ପରେ ଏସବିଆଇ ଜେନେରାଲ ଇନସୁ୍ୟରାନ୍ସ ଗ୍ରାହକଙ୍କ ଆଡୁ ହୋଇଥିବ କ୍ଷେତି ଜନିତ ଦାବି ବାବଦରେ ୧୩.୩ କୋଟି ଟଙ୍କା ପ୍ରଦାନ କରିଛି । ବାତ୍ୟା ପରେ କମ୍ପାନୀକୁ ୧୦୬ଟି ଦାବି ଗ୍ରହଣ ହୋଇଥିବା ବେଳେ ସେଥିମଧ୍ୟରୁ ୭୦୨ଟି ଦାବିର ଅର୍ଥ ପ୍ରଦାନ କରାଯାଇଥିବା ଏସବିଆଇ ଜେନେରାଲର ଏମଡି ତଥା ସିଇଓ ପୁଷ୍ପନ ମହାପାତ୍ର କହିଛନ୍ତି । ଫଣି ପ୍ରଭାବିତ ଅଂଚଳର ବୀମାଧାରୀଙ୍କୁ ଘଥା ଶୀଘ୍ର କ୍ଷେତିପୂରଣ ବାବଦ ଅର୍ଥ ଯୋଗାଇବା ଲାଗି ଆମେ ମୁମ୍ପାଇ ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀରୁ ଅତିରିକ୍ତ ସର୍ଭେୟରଙ୍କୁ କାର୍ଯ୍ୟରେ ଲଗାଇଛୁ । ଯାହା ଫଳରେ କ୍ଷତି ଆକଳନ ପ୍ରକିୟାକୁ ଶୀଘ୍ର ଶେଷ କରାଯାଇପାରିବ । ତେବେ ହାରାହାରି ଦାବି ସମାଧାନ ହାର ୮ ଦିନ ରହିଥିବା ସେ କହିଛନ୍ତି । ସମ୍ପ୍ରତି ରାଜ୍ୟରେ ଏସବିଆଇ ଜେନେରାଲ ବାଲେଶ୍ୱର, ବ୍ରହ୍ମପୁର,ଭୁବନେଶ୍ୱର, ରାଉରକେଲା ଏବଂ ସମ୍ବଲପୁରଠାରେ ଶାଖା ରହିଛି । ଓଡିଶାରୁ କମ୍ପାନୀକୁ ପ୍ରିମିୟମ ବାବଦରେ ୯୯ କୋଟି ଟଙ୍କାର ଅର୍ଥ ପ୍ରାପ୍ତ ହେଉଥିବା ଶ୍ରୀ ମହାପାତ୍ର କହିଛନ୍ତି ।