ବିଗ ବଜାରର ମାଲିକଙ୍କ ପତନ କାହାଣୀ, ଋଣ ଉଜାଡ଼ିଦେଲା କାରବାର

ବିଗ ବଜାରର ମାଲିକଙ୍କ ପତନ କାହାଣୀ, ଋଣ ଉଜାଡ଼ିଦେଲା କାରବାର

ବିଗ ବଜାରର ମାଲିକଙ୍କ ପତନ କାହାଣୀ, ଋଣ ଉଜାଡ଼ିଦେଲା କାରବାର
ନୂଆଦିଲ୍ଲୀ: ବିଗ ବଜାର, ବ୍ରାଣ୍ଡ ଫ୍ୟାକ୍ଟି୍ର, ଫୁଡ ହଲ ଭଳି ରିଟେଲ ଷ୍ଟୋର ସ୍ଥାପନ କରି ଖୁଚୁରା ବଜାରରେ ସମ୍ରାଟ ଆଖ୍ୟା ପାଇଥିଲେ କିଶୋର ବିୟାନି । ତାଙ୍କ ମସ୍ତକରୁ ସେହି ମୁକୁଟ ହଟିଯାଇଛି । ଯେଉଁ ବ୍ୟବସାୟ ସାମ୍ରାଜ୍ୟକୁ ଦୀର୍ଘ ବର୍ଷ କଠିନ ପରିଶ୍ରମ କରି ସେ ଗଢ଼ିଥିଲେ ତାହାର ଅଧିକାଂଶ ଭାଗ ବିକିବାକୁ ବାଧ୍ୟ ହୋଇଛନ୍ତି । ୧୯୮୭ ରେ ମାଞ୍ଜ ଓୟାର କାରବାରରୁ ସେ ନିଜର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିଥିଲେ । ବିଗ ବଜାର ଖୋଲିବା ପରେ ସେ ଦେଶର ଜଣେ ଚର୍ଚ୍ଚିତ ବ୍ୟବସାୟୀ ଭାବେ ଉଭା ହୋଇଥିଲେ । ଯୁବପିଢ଼ିଙ୍କୁ ସପିଙ୍ଗର ଏକ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଦେଇଥିବା କିଶୋର ନିଜ କାରବାର ଆଗକୁ ବଢ଼ାଇବା ଲାଗି ଅତୀତରେ ବିପୁଳ ପରିମାଣର ଋଣ କରିଥିଲେ । ମାତ୍ର କାରବାର ଠିକ୍‍ ଭାବେ ପରିଚାଳନା କରି ନ ପାରିବାରୁ ସେ ଋଣ ସୁଝି ପାରିନଥିଲେ । ସେହି ବୋଝ ଏତେ ଅଧିକ ହୋଇଯାଇଥିଲା ସେ ନିଜ ମୁର୍ଡ ଉପରୁ ଚାପ ଦୂର କରିବା ଲାଗି ତାଙ୍କୁ ନିଜର ବହୁମୂଲ୍ୟ କାରବାର ବିକି୍ର କରିବାକୁ ପଡିଛି ।