ଭାରତ ହେବ ପଚଂମ ବୃହତ ଅର୍ଥନୀତି
ଭାରତ ହେବ ପଚଂମ ବୃହତ ଅର୍ଥନୀତି
admin
Jun 5, 2019 - 08:01
Updated: Jun 5, 2019 - 08:01
ନୂଆଦିଲ୍ଲୀ: ଚଳିତବର୍ଷ ଭାରତ ହେବ ପଚଂମ ବୃହତ ଅର୍ଥନୀତି । ବ୍ରିଟେନ ଭଳି ବଡ ଅର୍ଥନୀତିକୁ ଏହା ଅତିକ୍ରମ କରାଯିବ । ଏଥିରେ ଆଉ ବ୍ରେକ ଲାଗିବ ନାହିଁ । ପ୍ରତିବର୍ଷ ଏହା ନୂଆ ମାଇଲଖୁଂଟ ସ୍ଥାପନ କରିବ । ୨୦୨୫ ସୁଦ୍ଧା ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଭାରତ ଜାପାନକୁ ଟିପ ଦ୍ୱିତୀୟ ସ୍ଥାନରେ ପହଂଚିବ । ଆଇଏଚଏସ ମାର୍କିଟ ଏହି ଆକଳନ କରିଛି । ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳ ବିଜେପିର ବିପୁଳ ବଜୟ ଉପରେ ଆଇଏଚଏସ ମାର୍କିଟ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ସଂସ୍ଥା ଦର୍ଶାଇଛନ୍ତି ଯେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଭାରତର ଅର୍ଥନୈତିକ ସ୍ଥିତି ଉସôାହଜନକ ହେବ । ୨୦୧୯-୨୦୨୩ ମଧ୍ୟରେ ଜିଡିପି( ମୋଟ ଜାତୀୟ ଉସôାହ) ଅଭିବୃଦ୍ଧି ହାରାହାରି ୭% ରହିବ । ୨୦୧୯ରେ ହିଁ ଭାରତୀୟ ଜିଡିପିର ଆକାର ୩ ଲକ୍ଷ କୋଟି ଡଲାର ଅତିକ୍ରମ କରାଯିବ । ଏହା ପଚଂମ ବୃହତ ଅର୍ଥନୀତି ରୂପେ ପରିଗଣିତ ହେବ । ଏହି ବର୍ଷ ଏହା ବ୍ରିଟେନକୁ ଟପିବ । ସେହିଭଳି ୨୦୨୫ ସୁଦ୍ଧା ଭାରତର ର୍ୟାଙ୍କ ବଢିବାରେ ଲାଗିଛି । ତା ସହ ତାଳ ଦେଇ ବିଶ୍ୱ ଜିଡିପି ଅଭିବୃଦ୍ଧି ରେ ଭାରତର ଭୂମିକା ବଢିବା ସହ ଏହା ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ ହୋଇଥିବା ରିର୍ପୋଟରେ ଦର୍ଶାଯାଇଛି ।