ଅର୍ଥନୀତି ଆହୁରି ଧିମେଇଲା : ୪.୫ ପ୍ରତିଶତକୁ ଖସିଲା ଅଭିବୃଦ୍ଧି

ଅର୍ଥନୀତି ଆହୁରି ଧିମେଇଲା : ୪.୫ ପ୍ରତିଶତକୁ ଖସିଲା ଅଭିବୃଦ୍ଧି

ଅର୍ଥନୀତି ଆହୁରି ଧିମେଇଲା : ୪.୫ ପ୍ରତିଶତକୁ ଖସିଲା ଅଭିବୃଦ୍ଧି
କାମ ଦେଉନି ସରକାରୀ ପ୍ୟାକେଜ୍, , ସାଢେ଼ ୬ ବର୍ଷରେ ସର୍ବନିମ୍ନ ନୂଆଦିଲ୍ଲୀ : ଭାରତର ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ପରିମାପକ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ହାର ତ୍ରୟମାସ ପରେ ତ୍ରୟମାସ ନିମ୍ନମୁଖୀ ହେବାରେ ଲାଗିଛି । ଆଜି କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଜିଡିପି ଅଭିବୃଦ୍ଧି ୫ ପ୍ରତିଶତ ତଳକୁ ଖସି ୪.୫ ପ୍ରତିଶତ ରହିଛି । ଗତ ସାଢେ଼ ୬ ବର୍ଷ ବା ୨୬ଟି ତ୍ରୟମାସ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଖସିଯାଇଛି । ଜିଡିପି ଅଭିବୃଦ୍ଧି ପ୍ରଥମ ତ୍ରୟମାସ ତୁଳନାରେ କମ୍ ରହିବ ବୋଲି ଅର୍ଥନୀତିଜ୍ଞ ଏବଂ ବିଭିନ୍ନ ସଂସ୍ଥା ଆକଳନ କରିଥିଲେ । ଏପରିକି ଏହା ୪.୨ ପ୍ରତିଶତରୁ ୪.୭ ପ୍ରତିଶତରେ ରହିବ ବୋଲି ସେମାନେ ଦର୍ଶାଇଥିଲେ । ଅର୍ଥନୀତିଜ୍ଞମାନଙ୍କ ଆକଳନ ସତରେ ପରିଣତ ହୋଇଛି । ପ୍ରଥମ ତ୍ରୟମାସ ତୁଳନାରେ ଜିଡିପି ଅଭିବୃଦ୍ଧି ୦.୫ ପ୍ରତିଶତ କମ୍ ରହିଛି । ଏହା ପୂର୍ବରୁ ୨୦୧୨-୧୩ ଆର୍ଥିକ ବର୍ଷର ଜାନୁଆରି-ମାର୍ଚ୍ଚ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୪.୩ ପ୍ରତିଶତ ରହିଥିଲା ।