ରାଜ୍ୟର ମୁଣ୍ଡପିଛା ଋଣ ୨୩୭୬୨ ଟଙ୍କା: ନିରଂଜନ ପୂଜାରୀ

ରାଜ୍ୟର ମୁଣ୍ଡପିଛା ଋଣ ୨୩୭୬୨ ଟଙ୍କା: ନିରଂଜନ ପୂଜାରୀ

ରାଜ୍ୟର ମୁଣ୍ଡପିଛା ଋଣ ୨୩୭୬୨ ଟଙ୍କା: ନିରଂଜନ ପୂଜାରୀ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ରାଜ୍ୟର ଋଣ ଭାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ଯେ, ମହାଲେଖାକାର, ଓଡ଼ିଶାଙ୍କ ପ୍ରାରମ୍ଭିକ ତଥ୍ୟ ଅନୁସାରେ ଚଳିତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୧୦୪୩୧୨.୧୨ କୋଟି ଟଙ୍କା ଅଛି । ଯାହା ରାଜ୍ୟ ସକଳ ଘରୋଇ ଉତ୍ପାଦ  (ଜିଏସଡିପି)ର ୧୭.୮୦% ଅଟେ । କିନ୍ତୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ଋଣ ପରିମାଣ ୧୨୨୯୧୭.୨୫ କୋଟି ହେବ । ଅର୍ଥାତ ୮ ମାସରେ ଋଣ ଭାର ୧୮୬୦୫.୧୩ କୋଟି ବଢ଼ିବ । ସେହିପରି ୨୦୧୧-୧୩ ରେ ମୁଣ୍ଡ ପିଛା ଋଣ ଭାର ୯୧୪୪.୪୦ ଟଙ୍କା ଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ବଢ଼ିକି ୨୩୭୬୧.୮୩ ଟଙ୍କା ହୋଇଛି । ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୧୦ ବର୍ଷରେ ୧୪୬୧୭.୪୩ ଟଙ୍କା ବଢ଼ିଛି ।